www.samajalive.in
Saturday, December 6, 2025
23.1 C
Bhubaneswar

୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ସୁରତ ଫେରନ୍ତା; ଗଞ୍ଜାମରେ ସଂକ୍ରମିତ ସଂଖ୍ୟା ୨୫୨କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଗୁରୁବାର ଚିହ୍ନଟ ହୋଇଥିବା ୭୩ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ଦେଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ଜଣ ସୁରତ ଫେରନ୍ତା ହୋଇଥିବାବେଳେ ୨୦ ଜଣ ପଶ୍ଚିମବଙ୍ଗ ଏବଂ ଜଣେ କର୍ଣ୍ଣାଟକ ଫେରନ୍ତା। ଅନ୍ୟ ୨ ଜଣ ସୁନ୍ଦରଗଡ଼ର କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି।

ଗୁରୁବାର ଚିହ୍ନଟ ୭୩ ଜଣଙ୍କ ମଧ୍ୟରୁ ଗଞ୍ଜାମର ୪୨, ଯାଜପୁରର ୧୭, ଭଦ୍ରକର ୯, ସୁନ୍ଦରଗଡ଼ର ୨ ଓ ଖୋର୍ଦ୍ଧାର ୩ ସଂକ୍ରମିତ ରହିଛନ୍ତି। ଗଞ୍ଜାମର ୪୨ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି। ସେହିପରି ଭଦ୍ରକରେ ପୂର୍ବରୁ ୩୧ ଆକ୍ରାନ୍ତ ଥିବାବେଳେ ଗୁରୁବାର ତାହା ୪୦ରେ ପହଞ୍ଚିଛି। ଏହାବ୍ୟତୀତ ଖୋଦ୍ଧାରେ ସଂକ୍ରମିତ ସଂଖ୍ୟା ୫୩, ସୁନ୍ଦରଗଡ଼ରେ ୨୫ ଏବଂ ଯାଜପୁରରେ ୮୮କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବଢ଼ିଥିବାବେଳେ ୪୬୫ ଜଣ ଏବେ ସକ୍ରିୟ ରହିଛନ୍ତି ଏବଂ ୧୪୩ ଜଣ ସୁସ୍ଥ ହୋଇଛନ୍ତି। ୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଖୋର୍ଦ୍ଧା ଏବଂ ଜଣେ ଗଞ୍ଜାମ ଜିଲାର।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories