ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ

ସମ୍ବଲପୁର :  ସମ୍ବଲପୁର ରେଳ ମଣ୍ଡଳ ଠାରେ ୫୧ତମ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିର ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଅଧ୍ୟକ୍ଷତା କରି ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିର ସଦସ୍ୟ ମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଗୁଡିକୁ ମଣ୍ଡଳ ପକ୍ଷରୁ ସର୍ବଦା ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ସମ୍ବଲପୁର ରେଳ ମଣ୍ଡଳରେ ସମ୍ପୂର୍ଣ୍ଣ ହୋଇ ସାରିଥିବା ବିଭିନ୍ନ ପରିଯୋଜନା ଓ ଚାଲୁ ରହିଥିବା ବିକାଶ ମୂଳକ କାର୍ଯ୍ୟ ସର୍ମ୍ପକରେ ପ୍ରବନ୍ଧକ ପ୍ରଦୀପ କୁମାର ବିସ୍ତୃତ ଆଲୋକପାତ କରିଥିଲେ। ବୈଠକରେ କମିଟିର ସଦସ୍ୟ ସୁନୀଲ କୁମାର ବର୍ମା, ଅମନ କୌଶିକ, ମନୋରଞ୍ଜନ ସାହୁ, କୃଷ୍ଣ ଚନ୍ଦ୍ର ପଣ୍ଡା, ମଦନ ମୋହନ ପୃଷ୍ଟି, ଡି. ବି. ପାଣିଗ୍ରାହୀ, ବ୍ରଜବନ୍ଧୁ ସାହୁ, ସୋମନାଥ ଅଗ୍ରୱାଲ, ଭୋଜନାଥ ଦେବାଙ୍ଗନ, ନିଶାନ୍ତ କୁମାର ଦୀକ୍ଷିତ, ରାଜେଶ କୁମାର ଅଗ୍ରୱାଲ, ଲିପସିତ ମିଶ୍ର, ଗୁଡିଆ ପ୍ରସାଦ ରାଓ ଅଂଶ ଗ୍ରହଣ କରିଥିଲେ। ସମ୍ବଲପୁର ରେଳ ମଣ୍ଡଳର ବିଭିନ୍ନ ସମସ୍ୟା ତଥା ବିକାଶ ମୂଳକ କାର୍ଯ୍ୟ ସର୍ମ୍ପକରେ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂହ ଓ ରେଳ ଅଧିକାରୀ ମାନେ ଯୋଗ ଦେଇଥିଲେ। ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଓ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିର ସଂଯୋଜକ ଏସ. ଏସ. ନାୟକ ବୈଠକକୁ ସଂଯୋଜନା କରିଥିଲେ।

kalyan agarbati

Comments are closed.