www.samajalive.in
Saturday, December 13, 2025
26.1 C
Bhubaneswar

ମହଙ୍ଗା ହେବ ରେଳ ଯାତ୍ରୀ ଭଡ଼ା

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ଚଳିତ ସପ୍ତାହରେ ଯାତ୍ରୀ ଭଡା ବୃଦ୍ଧି ଘଟିବା ସମ୍ଭାବନା ରହିଛି। କାରଣ ରେଳବାଇ ଚଳିତ ସପ୍ତାହରେ ଏହାର ଭଡାରେ ବୃଦ୍ଧି ଘଟାଇବାକୁ ଯୋଜନା ରଖିଛି। ତେବେ​‌ ଭଡା କିଲୋମିଟର ପିଛା ୫ରୁ ୪୦ ପଇସା ବଢିପାରେ ବୋଲି ଜଣାଯାଇଛି। ଯାତ୍ରୀ ଭଡା ବୃଦ୍ଧି ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଚଳିତ ବର୍ଷ ନଭେମ୍ବରରେ ମଞ୍ଜୁରି ଲାଭ କରିଛି।

ଝାଡଖଣ୍ଡ ନିର୍ବାଚନ ଯୋଗୁ ଏହା ଘୋଷଣା ହୋଇ ନ ଥିବା କୁହାଯାଉଛି। ବର୍ତ୍ତମାନ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ରେଳବାଇ ରାଜସ୍ବ ଉପରେ ଏହାର ପ୍ରଭାବ ପଡିଛି। ଏବେ ସଡକ ପରିବହନ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଯାତ୍ରୀବାହୀ ଶ୍ରେଣୀରେ ଭଡା ବୃଦ୍ଧି ଲାଗି ରେଳବାଇ ଚିନ୍ତା କରୁଛି। ଗତ କିଛି ବର୍ଷ ହେବ ରେଳପଥ ଏହାର ଯାତ୍ରୀଭଡାରେ କୌଣସି ପରିବର୍ତ୍ତନ କରିନାହିଁ। ରାଜସ୍ବରେ ବୃଦ୍ଧି ଲାଗି କିଛି ଟ୍ରେନରେ ଫ୍ଲେକ୍ସି ଫେୟାର ସିଷ୍ଟମ ଏବଂ ରିଫଣ୍ଡରେ ପରିବର୍ତ୍ତନ ଅଣାଯାଇଛି। ସୂଚନା​ଯୋଗ୍ୟ, ଚଳିତବର୍ଷ ସେପ୍ଟେମ୍ବରରେ ରେଳବାଣର ମୋଟ ରାଜସ୍ବରେ କ୍ରମାଗତ ଭାବେ ଦ୍ୱିତୀୟ ମାସ ଲାଗି ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆଗକୁ ମାଲମାହାସୁଲ ସହ ଯାତ୍ରୀ ଭଡାକୁ ସମାନ୍ତରାଳ କରାଯିବ ବୋଲି ରେଳବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର କହିଛନ୍ତି। ସମ୍ପ୍ରତି ଦେଶରେ ମାଲମାହାସୁଲ ଭଡା ଖୁବ୍‌ ଉଚ୍ଚା ରହିଛି। ଉଭୟ ଯାତ୍ରୀ ଭଡା ଏବଂ ମାଲମାହାସୁଲକୁ ସମାନ୍ତରାଳ କରିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସେ କହିଛନ୍ତି।

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories