ରାଇକିଆ : କଂଗ୍ରେସ ଦଳ ସହ ବିଭିନ୍ନ ଦଳ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ପ୍ରଭାବରେ ରାଇକିଆ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗାଡ଼ିମଟର ଚଳଚଳ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ ସବୁ ବନ୍ଦ ରହିଛି। କଂଗ୍ରେସକର୍ମୀ ବିଭିନ୍ନ ଛକରେ ଜଗି ରହିଛନ୍ତି। ଜରୁରୀକାଳୀନ ସ୍ଵାସ୍ଥ୍ୟ ସେବା କାର୍ଯ୍ୟରେ ଲୋକେ ଯିବା ଆସିବା କରୁଛନ୍ତି। ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଛନ୍ତି।



