www.samajalive.in
Sunday, December 7, 2025
26.1 C
Bhubaneswar

ଏନ୍‌ଏସ୍‌ଇର ପୂର୍ବତନ ଏମଡି ଚିତ୍ରା ରାମକୃଷ୍ଣାଙ୍କ ଘରେ ଆୟକର ବିଭାଗ ଚଢ଼ାଉ

ମୁମ୍ବଇ: ଆୟକର ବିଭାଗର ତଦନ୍ତକାରୀ ଶାଖା ଗୁରୁବାର ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନ୍‌ଏସ୍‌ଇ)ର ପୂର୍ବତନ ପରିଚାଳନା ନିର୍ଦେଶିକା ଚିତ୍ରା ରାମକୃଷ୍ଣାଙ୍କ ମୁମ୍ବଇ ସ୍ଥିତ ଘରେ ଚଢ଼ାଉ କରିଛି। ସେ ଓ ତାଙ୍କ ଅନ୍ୟ ସହଯୋଗୀଙ୍କ ଦ୍ବାରା ଟିକସ ଫାଙ୍କିବା ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

‘ଏନ୍‌ଏସ୍‌ଇ’ର ମୁଖ୍ୟ ଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ଗୁରୁତ୍ବପୂର୍ଣ୍ଣ ସୂଚନା ଶେୟାର୍‌ କରିଥିବା ସଂକ୍ରାନ୍ତରେ ତାଙ୍କୁ ଓ ତାଙ୍କର ପୂର୍ବତନ ଉପଦେଷ୍ଟାଙ୍କୁ ଫେବ୍ରୁଆରି ୧୧ ତାରିଖରେ ‘ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’(ସେବି) କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ପରଠାରୁ ସ‌େ ବିବାଦ ଘେରକୁ ଆସିଥିଲେ। ‘ଚିଫ୍‌ ଷ୍ଟ୍ରାଟେଜିକ୍‌ ଅଫିସର୍‌’ ଭାବେ ଆନନ୍ଦ ସୁବ୍ରମଣ୍ୟମଙ୍କ ନିଯୁକ୍ତି ବେଳେ ଅନିୟମିତତା କାରଣରୁ ‘ସେବି’ ତାଙ୍କ ଉପରେ ୩ କୋଟି ଟଙ୍କା ଜରିମାନା କରିଛି। ଅଜ୍ଞାତ ବ୍ୟକ୍ତିଜଣକ ହେଉଛନ୍ତି ହିମାଳୟର ବାସ କରୁଥିବା ଜଣେ ଯୋଗୀ। ରାମକୃଷ୍ଣାଙ୍କ ଅଫିସ ଇମେଲ୍‌ରୁ ଉକ୍ତ ଯୋଗୀଙ୍କ ନିକଟକୁ ସୂଚନା ଶେୟାର୍‌ ହେଉଥିଲା ଏବଂ ଯୋଗୀ ମଧ୍ୟ ଅନୁରୂପ ଭାବେ ପ୍ରତ୍ୟୁତ୍ତର ଦେଉଥିଲେ। ଏକଥା ପୂର୍ବରୁ ରାମକୃଷ୍ଣା ସ୍ବୀକାର କରିଥିଲେ। ରାମକୃଷ୍ଣା ଏବଂ ସହଯୋଗୀଙ୍କ ଟିକସ ପରିମାଣ ଫାଙ୍କି ଏବଂ ଆର୍ଥିକ ଅନିୟମିତା ଜାଣିବା ଉଦ୍ଦେଶ୍ୟରେ ତଲାସ ଚାଲିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୧୩ ଏପ୍ରିଲରୁ ୨୦୧୬ ଡିସେମ୍ବର ପର୍ଯ୍ୟନ୍ତ ରାମକୃଷ୍ଣ ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories