ଚାଉଳ ବଣ୍ଟନ ସମୟରେ ଯୋଗାଣ ସହାୟକଙ୍କୁ ତାଲା ମାରିଲେ ଲୋକେ
ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ରାଇଡିହା ପଞ୍ଚାୟତର ଯୋଗାଣ ସହାୟକ ଅକ୍ଷୟ ନାୟକ ପିଡିଏସ୍ ଚାଉଳ ପ୍ରଦାନରେ ଅନିୟମିତତା କରୁଥିବା ଅଭିଯୋଗ କରି କିଛି ଲୋକ ଆଜି ତାଙ୍କ କାର୍ଯ୍ୟାଳୟରେ ଥିବା ବେଳେ ଫାଟକରେ ତାଲା ମାରି ଦେଇଥିଲେ । ଅଭିଯୋଗ ଅନୁଯାୟୀ ପଞ୍ଚାୟତବାସୀଙ୍କୁ ଜୁଲାଇ ,ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ଦିଆଯାଉନଥିବା ବେଳେ ଏବେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ଦିଆଯାଉଥିବାରୁ ଲୋକେ ବାକିଆ ୩ ମାସର ଚାଉଳ କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇବା ସହ ପଞ୍ଚାୟତ ଫାଟକରେ ତାଲା ମାରି ଦେଇଥିଲେ। ଅଭିଯୋଗକାରୀ ମାନଙ୍କ ପକ୍ଷରୁ ଏସମ୍ପର୍କରେ ବିଡ଼ିଓଙ୍କୁ ଏକ ଦରଖାସ୍ତ ଦିଆଯିବା ସହ ବାକିଆ ଚାଉଳ ଦାବିରେ ହୋ ହଲା ମଧ୍ୟ କରିଥିଲେ। ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାସହ ଫାଟକରୁ ତାଲା ଖୋଲିଥିବା ସୂଚନା ମିଳିଛି । ତେବେ ଅଭିଯୋଗକାରୀ ମାନେ ବାକିଆ ଚାଉଳ ବାବଦରେ ଯୋଗାଣ ସହାୟକଙ୍କୁ ପଚାରିବା ପରେ ସେ ତାଙ୍କୁ ଯୋଗାଣ ନିରୀକ୍ଷକ ଯେପରି କହିଥିଲେ ସେମିତି କରୁଛନ୍ତି କହିଥିବାରୁ ବାକିଆ ୩ ମାସର ଚାଉଳ ଉଭାନ ପଛର ରହସ୍ୟ କ’ଣ ଏହାର ପ୍ରଶାସନିକ ତଦନ୍ତ ଆବଶ୍ୟକ ହୋଇପଡିଛି ।
Comments are closed.