ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ମଦ ଜବତ ହୋଇଛି। ବେଆଇନ ଚୋରା ମଦ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ପାଟଣା ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ବରେ ଏକ ଟିମ୍ ପାଟଣା ବ୍ଲକର କଣ୍ଟିଆପଡା, ଖିରେଇଟାଙ୍ଗିରି ଓ ରୋଢିଅପଡା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ୬ଲିଟର ୪୮୦ ମଲିଲିଟର ବିଦେଶୀ ମଦ ଓ ୪୫ଲିଟର ଦେଶୀ ମଦ ସହ ରନ୍ଧା ସରଞ୍ଜାମ ଜବତ ହୋଇଛି। ତେବେ ଅବକାରୀ ବିଭାଗ ପକ୍ଷରୁ ୩ଟି ମାମଲା ରୁଜୁ କରାଯାଇ ଦୁଇ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଖିରେଇଟାଙ୍ଗିରି ଗ୍ରାମର ଦୁର୍ୟ୍ୟୋଧନ ମଣ୍ଡଳ(୨୯) ଓ କଣ୍ଟିଆପଡା ଗ୍ରାମର ହେମନ୍ତ ବେହେରା(୨୫) ବୋଲି ଜଣାପଡିଛି ।



