www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଳଙ୍କ ଆକ୍ଷେପ: ୧୨ କୋଟି ଚାକିରି ଉଭାନ, ପ୍ରଶ୍ନ କଲେ ଉତ୍ତର ଉଭାନ

ନୂଆଦିଲ୍ଲୀ: ଜିଡ଼ିପି ପରିସଂଖ୍ୟାନ ଜାରି ହେବା ପରେ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିୟମିତ ଆକ୍ଷେପ କରିଆସୁଛନ୍ତି । ଗତ ସୋମବାର ଦିନ ଦେଶର ଜିଡ଼ିପି ପରିସଂଖ୍ୟାନ ପ୍ରକାଶ ପାଇଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଦେଶର ଆର୍ଥିକ ଅଭିବୃଦ୍ଧି ବିଯୁକ୍ତ ୨୩.୯% ରହିଥିବା ଦର୍ଶାଯାଇଥିଲା । ଏହାକୁ ନେଇ ରାହୁଳ ପ୍ରଦାନମନ୍ତ୍ରୀଙ୍କୁ ଆକ୍ଷେପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ଦେଶ ଗତ ୬ ମାସ ହେଲା ସମସ୍ୟା ଭୋଗୁଛି ବୋଲି କହିଥିଲେ । ଏବେ ବିକାଶ ପ୍ରସଙ୍ଗରେ ରାହୁଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରି ଟ୍ବିଟ କରିଛନ୍ତି ।

- Advertisement -

ରାହୁଳ କହିଛନ୍ତି ଯେ ଦେଶରୁ ୧୨ କୋଟି ରୋଜଗାର ଉଭାନ, ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥା ଉଭାନ, ସାଧାରଣ ଲୋକଙ୍କ ଆୟ ଉଭାନ, ଦେଶର ସୁରକ୍ଷା ଉଭାନ ଆଉ ପ୍ରଶ୍ନ ପଚାରିଲେ ଉତ୍ତର ବି ଉଭାନ ।

ଏହାପୂର୍ବରୁ ରାହୁଳ ଗାନ୍ଧୀ ଦେଶର ବେକାରୀ ସମସ୍ୟା ସଂକ୍ରାନ୍ତ ଏକ ଖବରକୁ ନିଜ ଟ୍ବିଟରେ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ ନିଶାଣ କରିଥିଲେ । ସେଥିରେ ସେ ଲେଖିଥିଲେ -ମୋଦୀ ସରକାର, ରୋଜଗାର, ପରୀକ୍ଷାର ପରିଣାମ ଦିଅ, ଦେଶର ଯୁବକଙ୍କୁ ସମସ୍ୟାର ସମାଧାନ ଦିଅ ।


୧୯୯୬ ମସିହାରୁ ଯେବେଠାରୁ ସରକାର ଦେଶର ଅଭିବୃଦ୍ଧି ହାର (ଜିଡ଼ିପି)ର ତ୍ରୟମାସିକ ପରିସଂଖ୍ୟାନ ଜାରି କରିବା ଆରମ୍ଭ କରିଛନ୍ତି, ସେବେଠାରୁ ଆର୍ଥିକ କ୍ଷେତ୍ରରେ ଏବେ ସବୁଠାରୁ ବଡ଼ ଅବନତି ଘଟିଛି । ଜିଡ଼ିପି ହ୍ରାସକୁ ନେଇ ରାହୁଳ ଗାନନ୍ଧୀ ଟ୍ବିଟ୍ କରି ଲେଖିଥିଲେ ଭାରତ ବର୍ତମାନ ସମୟରେ ମୋଦୀ ଜନିତ ବିପତ୍ତି ଭୋଗୁଛି । ୧. ଜିଡ଼ିପିରେ ଐତିହାସିକ ବିଯୁକ୍ତ ୨୩.୯ ହ୍ରାସ, ୨.ଗତ ୪୫ ବର୍ଷରେ ସବୁଠାରୁ ବଡ଼ ବେକାରୀ ସମସ୍ୟା, ୩. ୧୨ କୋଟି ଲୋକଙ୍କର ଚାକିରି ଯିବା, ୪. ରାଜ୍ୟଗୁଡ଼ିକୁ ସେମାନଙ୍କର ଜିଏସଟି ବକେୟା ପରିଶୋଧ ନ କରିବା, ୫. ପୁରା ବିଶ୍ବରେ ସବୁଠାରୁ ଅଧିକ ଦୈନିକ କରୋନା ସଂକ୍ରମଣ, ୬. ସୀମାରେ ବାହାର ଦେଶର ଆକ୍ରମଣ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories