www.samajalive.in
Monday, December 15, 2025
16.1 C
Bhubaneswar

ତୃତୀୟ ଦିନରେ ରାହୁଲଙ୍କୁ ପୁଣି ଜେରା: ଟାୟାର ଜାଳିଲେ, ବ୍ୟାରିକେଡ଼୍‌ ଭାଙ୍ଗିଲେ କଂଗ୍ରେସକର୍ମୀ

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ ବୁଧବାର ପୁଣି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ତୃତୀୟ ଦିନରେ ପହଞ୍ଚିଛି ପଚରାଉଚରା। ଗତ ଦୁଇ ଦିନ ମଧ୍ୟରେ ଇଡି ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୧୮ ଘଣ୍ଟା ଜେରା କରିଛି, ଯେଉଁଥିରେ ରାହୁଲ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅପରପକ୍ଷେ, ରାହୁଲ ଗାନ୍ଧୀଙ୍କୁ ଇଡି ନୋଟିସ ବିରୋଧରେ କଂଗ୍ରେସ ନିରନ୍ତର ସ୍ୱର ଉତ୍ତୋଳନ କରୁଛି। ଦୁଇ ଦିନ ହେଲା ରାହୁଲଙ୍କ ସମର୍ଥନରେ କଂଗ୍ରେସ ପ୍ରଦର୍ଶନ କରିଛି। ଏହି ସମୟରେ ଶହ ଶହ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା। ଆଜି ମଧ୍ୟ ପ୍ରତିବାଦରେ ଇଡି ଅଫିସ ସାମ୍ନାରେ ଉଗ୍ରରୂପ ଦେଖାଇଛନ୍ତି ପ୍ରଦର୍ଶନକାରୀ। ରାହୁଲଙ୍କୁ ସମର୍ଥନ ଜଣାଇ କଂଗ୍ରେସ କର୍ମୀ ଟାୟାର ଜାଳିଛନ୍ତି। ଏଆଇସିସି କାର୍ଯ୍ୟାଳୟ ବାହାରେ ଅନେକ ପୁଲିସ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି କଂଗ୍ରେସ କର୍ମୀ। ଘଟଣାସ୍ଥଳରୁ ପୁଲିସ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories