www.samajalive.in
Friday, December 5, 2025
17.1 C
Bhubaneswar

କଂଗ୍ରେସର ସବୁ ଆକାଉଣ୍ଟ ଫ୍ରିଜ୍‌‌, ଆମେ ପ୍ରଚାର କରିପାରୁନାହୁଁ- ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଆକାଉଣ୍ଟ ଫ୍ରିଜ୍‌‌ ହେବା ଘଟଣାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ପ୍ରଶ୍ନ କରି ସେ କହିଛନ୍ତି ଦେଶରେ ସାମ୍ବିଧାନିକ ବ୍ୟବସ୍ଥା ଅଛି? କୋର୍ଟ, ନିର୍ବାଚନ ଆୟୋଗ ସବୁ କିଛି ଦେଖି ବି କିଛି କହୁନାହାଁନ୍ତି। ଭାରତରେ ଲୋକତନ୍ତ୍ର ରହିଥିବା କଥା ମିଥ୍ୟା। ନିର୍ବାଚନ ପୂର୍ବରୁ ଗଣତନ୍ତ୍ର ଉପରେ ଏହା ଆକ୍ରମଣ । ଭାରତର ସବୁଠୁ ବଡ ପାର୍ଟିର ଆକାଉଣ୍ଟ ଫ୍ରିଜ୍‌‌ କରାଯାଇଛି। କଂଗ୍ରେସ ପାଖରେ ପ୍ରଚାର କରିବାକୁ ଟଙ୍କା ନାହିଁ। ଏମିତିକି ଟିକେଟ କିଣିବାକୁ ଦଳ ପାଖରେ ଟଙ୍କା ନଥିବା ରାହୁଲ କହିଛନ୍ତି। ଦେଶର ସବୁ ଲୋକ ଜାଣିଛନ୍ତି ଯେତେବେଳେ କାହାର ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ କାର୍ଡକୁ ଫ୍ରିଜ୍‌‌ କରାଯାଏ ସେତେବେଳେ କେତେ ଅସୁବିଧା ହୋଇଥାଏ। ଯଦି ଏପରି ଘଟଣା ଗୋଟିଏ ପରିବାରରେ ହୁଏ ତେବେ କେତେ ଅସୁବିଧା ଭୋଗିବାକୁ ପଡିଥାଏ। ଆମ ସହ ଯାହା କରାଯାଉଛି ତାହା ଫଳରେ ଆମେ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଟଙ୍କା ଦେଇପାରୁନୁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories