www.samajalive.in
Saturday, December 6, 2025
15.1 C
Bhubaneswar

ସୁରଟ କୋର୍ଟରେ ହାଜର ହେଲେ ରାହୁଲ; ଦୋଷ ସ୍ବୀକାର କରିବାକୁ ମନାକଲେ

ଗାନ୍ଧୀନଗର: ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପମାନ ଜନକ ମନ୍ତବ୍ୟ ଦେଇଥିଲେ। ‘ସବୁ ଚୋରଙ୍କ ନାମ ମୋଦୀ କାହିଁକି’ ବୋଲି ରାହୁଲ ପ୍ରଶ୍ନ କରିଥିଲେ। ଏହାକୁ ନେଇ ତାଙ୍କ ନାମରେ ସୁରଟର ଏକ କୋର୍ଟରେ ମାନହାନୀ ମାମଲା ରୁଜୁ ହୋଇଥିଲା। ଗୁରୁବାର କୋର୍ଟରେ ହାଜର ହେବା ଲାଗି ରାହୁଲଙ୍କୁ ସମନ ଜାରି କରାଯାଇଥିଲା। ସେହି ଅନୁସାରେ ରାହୁଲ ଗୁରୁବାର ନିର୍ଦ୍ଧାରିତ ସମୟରେ ଆସି କୋର୍ଟରେ ହାଜର ହୋଇଥିଲେ। ତେବେ କୋର୍ଟରେ ବିଚାରପତି ରାହୁଲଙ୍କୁ ନିଜ ଦୋଷ ସ୍ବୀକାର କରୁଛନ୍ତି କି ବୋଲି ପ୍ରଶ୍ନ କରିବାରୁ ରାହୁଲ ମନା କରିଦେଇଥିଲେ। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପାଇଁ ସେ ଦୋଷ ସ୍ବୀକାର କରୁନାହାନ୍ତି ବୋଲି ରାହୁଲ କହିଥିଲେ। ଆସନ୍ତା ଡିସେମ୍ବର ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories