ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ପରାମର୍ଶ, ପିକ ପକେଟ ଓ ପନୌତି ଭଳି ମନ୍ତବ୍ୟରୁ ଦୂରେଇ ରୁହନ୍ତୁ

ଡେସ୍କ: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ମଧ୍ୟରେ ଭାରତୀୟ ନିର୍ବାଚନ ଆୟୋଗ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ତାଙ୍କ ସାର୍ବଜନୀନ ବକ୍ତବ୍ୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ କଂଗ୍ରେସ ନେତାଙ୍କୁ ତାଙ୍କ ସାର୍ବଜନୀନ ବକ୍ତବ୍ୟରେ ଅଧିକ ସତର୍କ ରହିବାକୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି। ଗତ ବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ନେତାଙ୍କୁ ଟାର୍ଗେଟ କରିବା ବେଳେ ପିକ ପକେଟ ଶବ୍ଦ ବ୍ୟବହାର କରି କଂଗ୍ରେସ ସାଂସଦଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ଆୟୋଗ ରାହୁଲ ଗାନ୍ଧିଙ୍କୁ ତାଙ୍କ ପନୌତି ଏବଂ ପିକପକେଟ୍ ପ୍ରସଙ୍ଗରେ ନୋଟିସ୍ ଜାରି କରିଥିଲେ। ସୂତ୍ର ଅନୁଯାୟୀ ନିର୍ବାଚନ କମିଶନ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖର ପରାମର୍ଶ ଦୋହରାଇଥିଲେ।

ରାହୁଲ ଗାନ୍ଧି କଂଗ୍ରେସର ଷ୍ଟାର ପ୍ରଚାରକ। ଡିସେମ୍ବର ୨୧, ୨୦୨୩ରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଏବଂ ରାହୁଲ ଗାନ୍ଧିଙ୍କ ଉତ୍ତର ସମେତ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପନୌତି ଏବଂ ପିକପକେଟ୍ ବୋଲି କେତେକ ମନ୍ତବ୍ୟ ସହ ଜଡ଼ିତ ମାମଲାର ସମସ୍ତ ତଥ୍ୟକୁ ବିଚାର କରିବା ପରେ ଭାରତୀୟ ନିର୍ବାଚନ ଆୟୋଗ କଂଗ୍ରେସ ନେତାଙ୍କୁ ଭବିଷ୍ୟତରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ଦଳ, ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀଙ୍କୁ ସାର୍ବଜନୀନ ବକ୍ତବ୍ୟ ଦେବା ସମୟରେ ଆୟୋଗର ପରାମର୍ଶ ଉପରେ ଧ୍ୟାନ ଦେବାକୁ କମିଶନ ରାହୁଲ ଗାନ୍ଧିଙ୍କୁ କହିଛନ୍ତି।

Comments are closed.