www.samajalive.in
Friday, December 12, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପମାନିତ କରୁଛନ୍ତି: ରାହୁଲ

ଲଣ୍ଡନ : ଭାରତ ବିଶ୍ୱକୁ ଭବିଷ୍ୟତର ରାସ୍ତା ଦେଖାଇଛି। ଭାରତୀୟଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ଓ କଂଗ୍ରେସ ଏଥିରେ ପୂର୍ଣ୍ଣ ସହଯୋଗ କରିଛି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ଯେ ସେ କ୍ଷମତାକୁ ଆସିବା ପୂର୍ବରୁ ଭାରତରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ନାହିଁ। ମୋଦୀଙ୍କ ଏହି ଆକ୍ଷେପ ପ୍ରତ୍ୟେକ ଭାରତୀୟଙ୍କ ପ୍ରତି ଅପମାନ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ବ୍ରିଟେନରେ ପ୍ରବାସୀ ଭାରତୀୟ କଂଗ୍ରେସକୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ମୋଦୀ ଯଦି କହୁଛନ୍ତି ଯେ ସେ କ୍ଷମତାକୁ ଆସିବା ପୂର୍ବରୁ ଭାରତରେ କିଛି ବି ଉନ୍ନତି ହୋଇ ନାହିଁ। ତେବେ ଏହା ଦେଶବାସୀଙ୍କ ପ୍ରତି ଅପମାନ। ରାହୁଲ ଅଭିଯୋଗ କରିଛନ୍ତି ଦେଶର ଦଳିତ, କୃଷକ, ଆଦିବାସୀ, ସଂଖ୍ୟାଲଘୁକୁ କୌଣସି ସୁବିଧା ସୁଯୋଗ ମିଳିବ ନାହିଁ। ସେମାନେ ଯଦି ସ୍ୱର ଉତ୍ତୋଳନ କରିବେ ତେବେ ମାଡ ଖାଇବେ। ଭାରତୀୟମାନଙ୍କୁ ଏବେ ଧର୍ମ ଓ ଜାତି ଭିତ୍ତିରେ ବିଭାଜନ କରାଯାଉଛି। ସରକାର ନ୍ୟାୟପାଳିକା ଓ ନିର୍ବାଚନ ଆୟୋଗଙ୍କୁ ଅଲଗା କରିଦେଇଛନ୍ତି। ରାହୁଲ କହିଛନ୍ତି ଯେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ୫୦ବର୍ଷ ଧରି ଯୁଦ୍ଧବିମାନ ତିଆରି କରିଆସୁଥିଲା ମାତ୍ର ମୋଦୀ ସରକାର ଘରୋଇ କମ୍ପାନୀକୁ ଯୁଦ୍ଧବିମାନ ନିର୍ମାଣ ଠିକା ଦେଇ ବ୍ୟାପକ ଅନିୟମିତତା କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories