ନୂଆଦିଲ୍ଲୀ : ଉତରାଖଣ୍ଡର ବିଭିନ୍ନସ୍ଥାନରେ ପ୍ରବଳ ବର୍ଷା କାରଣରୁ ଗଙ୍ଗା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି। ରବିବାର ପୂର୍ବାହ୍ଣ ସୁଦ୍ଧା ହରିଦ୍ୱାରଠାରେ ଗଙ୍ଗାନଦୀର ବନ୍ୟା ଜଳ ବିପଦ ସଙ୍କେତ ଛୁଇଁ ଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କସୂଚନା ଜାରି କରାଯାଇଛି। ଏଠାରେ ବନ୍ୟା ଜଳ ବିପଦ ସଙ୍କେତ ୨୯୩ ମିଟର ରହିଥିବା ବେଳେ ରବିବାର ସକାଳ ୬ଟା ସୁଦ୍ଧା ଏଠାରେ ଜଳସ୍ତର ୨୯୩.୨୫ ମିଟର ଥିଲା। ଆସନ୍ନ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଳୁଆ ଅଚଳ ବାସୀଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା କରାଯାଉଛି। ଏଥିସହ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।
Popular Categories



