ମୁମ୍ବଇ : ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍ର ଘନିଷ୍ଠ ସହଯୋଗୀ ଛୋଟା ସକିଲର ପୁଅ ଅପରାଧ ଦୁନିଆରୁ ଦୂରେଇ ଆଧ୍ୟାତ୍ମିକ ମାର୍ଗକୁ ଆପଣାଇଛି। ପାକିସ୍ତାନର କରାଚିରେ ରହୁଥିବା ଛୋଟା ସକିଲର ତୃତୀୟ ତଥା ସର୍ବକନିଷ୍ଠ ସନ୍ତାନ ମୁବାସିର ଶେଖ (୧୮) ନିକଟରେ ‘ହାଫିଜ-ଇ-କୁରାନ’ର ମାନ୍ୟତା ପାଇଁ। ଯିଏ କୁରାନକୁ ସମ୍ପୂର୍ଣ୍ଣ ମୁଖସ୍ଥ କରିଥାଏ ତାଙ୍କୁ ଏହି ମାନ୍ୟତା ପ୍ରଦାନ କରାଯାଇଥାଏ। ମୁବାସିର ‘ହାଫିଜ-ଇ-କୁରାନ’ ମାନ୍ୟତା ପାଇବା ସମସ୍ତଙ୍କୁ ଚକିତ କରିଛି। କାରଣ ଯେକୌଣସି ମୁସଲମାନମାନଙ୍କ ପାଇଁ ଏହା ଏକ ବଡ ସଫଳତା। ମୁମ୍ବଇରେ ରହୁଥିବା ଛୋଟା ସକିଲର ଅନ୍ୟ ପରିବାର ସଦସ୍ୟ ଏହି ଖବର ଜାଣିବା ପରେ ଆଶ୍ଚର୍ଯ୍ୟ ପ୍ରକାର କରିବା ସହ ଖୁସି ବ୍ୟକ୍ତ କରିଛନ୍ତି। ମୁବାସିର ଏବେ କରାଚିରେ କୁରାନ ଶିକ୍ଷା ଦେଉଛି। ମୁବାସିର ବ୍ୟତୀତ ଛୋଟା ସକିଲର ଦୁଇଟି ଝିଅ ଅଛନ୍ତି ଯେଉଁମାନେ କି ଡାକ୍ତରଙ୍କୁ ବିବାହ କରିଛନ୍ତି। ଏହା ପୂର୍ବରୁ ଦାଉଦ୍ ଇବ୍ରାହିମର ପୁଅ ଅପରାଧ ଦୁନିଆ ଛାଡି ମୌଲାନା ହୋଇଛନ୍ତି।
Popular Categories



