www.samajalive.in
Monday, December 15, 2025
27.1 C
Bhubaneswar

ବିସିସିଆଇକୁ ଭେଙ୍ଗସରକାରଙ୍କ ପରାମର୍ଶ; ‘ଦ୍ରାବିଡ଼ଙ୍କୁ ଅଷ୍ଟ୍ରେଲିଆ ତୁରନ୍ତ ପଠାଯାଉ’

ମୁମ୍ବଇ : ଆଡିଲେଡ୍‌ ଦିବାରାତ୍ର ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ପରେ ବିଭିନ୍ନ ମହଲରୁ ବ୍ୟାଟ୍‌ସମ୍ୟାନଙ୍କ ପ୍ରତି ସମାଲୋଚନା ବଢ଼ିବାରେ ଲାଗିଛି। ୨ୟ ଇନିଂସରେ ଭାରତର ସର୍ବନିମ୍ନ ଟେଷ୍ଟ ସ୍କୋର୍ ପାଇଁ ବ୍ୟାଟିଂକୁ ଦାୟୀ କରାଯାଉଛି। ପୂର୍ବତନ କ୍ରିକେଟରଙ୍କ ପକ୍ଷରୁ ଭିନ୍ନଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ପ୍ରତି ସମବେଦନା ଜଣାଇଥିବା ବେଳେ ଦିଲ୍ଲୀପ ଭେଙ୍ଗସରକାର ଭାରତୀୟ ବ୍ୟାଟ୍‌ସମ୍ୟାନ ଅଷ୍ଟ୍ରେଲିଆ ପିଚ୍‌ରେ କିଭଳି ଖେଳିବା ଉଚିତ; ପ୍ରଥ​‌େ​‌ମ ଶିଖିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଜାତୀୟ କ୍ରିକେଟ ଏକାଡ଼େମୀର ମୁଖ୍ୟ ରାହୁଲ ଦ୍ରାବିଡ଼ଙ୍କୁ ବିସିସିଆଇ ତୁରନ୍ତ ଅଷ୍ଟ୍ରେଲିଆ ପଠାଇବା ଆବଶ୍ୟକ ବୋଲି ଭେଙ୍ଗସରକାର ପ୍ରସ୍ତାବ ଦେଇଛନ୍ତି।
ଅଷ୍ଟ୍ରେଲିଆ ପିଚ୍‌ରେ ସ୍ବିଙ୍ଗ୍‌ କରୁଥିବା ବଲ୍‌ର କିଭଳି ଭାବେ ସାମ୍ନା କରିବାକୁ ହୁଏ; ଦ୍ରାବିଡଙ୍କ ନିକଟରେ ଏହାର ଯଥେଷ୍ଟ ଅଭିଜ୍ଞତା ରହିଛି। ବ୍ୟାଟ୍‌ସମ୍ୟାନଙ୍କୁ ସ୍ବିଙ୍ଗ୍‌ ବୋଲିଂକୁ ଖେଳିବା ନେଇ ଟେକ୍‌ନିକ୍‌ର ଆବଶ୍ୟକତା ରହିଛି। କୋଭିଡ଼ ମହାମାରୀ ପାଇଁ ଭାରତ ୯ ମାସ ପରେ ଟେଷ୍ଟ କ୍ରିକେଟକୁ ଫେରି ଶୋଚନୀୟ ପ୍ରଦର୍ଶନ କରିଛି। ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରିଆସିବା ପରେ ଅବଶିଷ୍ଟ ମ୍ୟାଚ ଭାରତ ପାଇଁ ସମସ୍ୟା ସୃଷ୍ଟିହେବ। ବୋର୍ଡ ଏଭଳି ପରିସ୍ଥିତିରେ ଦ୍ରାବିଡ଼ଙ୍କୁ ଅଷ୍ଟ୍ରେଲିଆ ପଠାଇ ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଭେଙ୍ଗସରକାର କହିଛନ୍ତି। କୋଭିଡ଼ ନିୟମ ଅନୁଯାୟୀ ଅଷ୍ଟ୍ରେଲିଆ ଗଲେ ପ୍ରଥମତଃ ଦୁଇ ସପ୍ତାହ ସଂଗରୋଧରେ ରହିବା ବାଧ୍ୟତାମୂଳକ। ଦ୍ରାବିଡ଼ ଯଦି ଅଷ୍ଟ୍ରେଲିଆ ଗସ୍ତକରନ୍ତି; ତେବେ ୨ୟ ଟେଷ୍ଟରେ ଦଳ ସହିତ ଯୋଗ ଦେଇପାରି​‌େ​‌ବ ନାହିଁ। ଜାନୁଆରୀ ୭ରୁ ସିଡ୍‌ନୀରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟ ବେଳକୁ ଦଳ ସହିତ ଯୋଗ ଦେଇପାରିବେ ବୋଲି ଭେଙ୍ଗସରକାର କହିଛନ୍ତି। ୨୦୦୩ ଆଡିଲେଡ୍‌ ଟେଷ୍ଟରେ ଭାରତ ୪ ୱିକେଟରେ ଐତିହାସିକ ବିଜୟ ହାସଲ କରିଥିଲା। ଏହି ବିଜୟର ହିରୋ ଦ୍ରାବିଡ଼ ୨୩୩ ଓ ୭୨ ରନ କରିଥିଲେ। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଦ୍ରାବିଡ଼ ୧୨୩.୮ ପ୍ରତିଶତ ହାରରେ ୬୧୯ରନ କରିଥିଲେ। ଅଷ୍ଟ୍ରେଲିଆରେ ଦ୍ରାବିଡ଼ ୧୬ଟି ଟେଷ୍ଟ ମ୍ୟାଚ ଖେଳି ୪୧.୬୪ ଆଭ୍‌ରେଜ୍‌ରେ ୧୧୬୬ ରନ କରିଛନ୍ତି। ୨୦୧୭ରେ ଜାତୀୟ ମୁଖ୍ୟ ମନୋନୟନକାରୀ ସୌରଭ ଗାଙ୍ଗୁଲିଙ୍କୁ କ୍ରିକେଟ ଉପଦେଷ୍ଟା କମିଟି ମୁଖ୍ୟ ଓ ଦ୍ରାବିଡ଼ଙ୍କୁ ଭାରତୀୟ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories