www.samajalive.in
Saturday, December 6, 2025
15.1 C
Bhubaneswar

ରାହୁଲ ହାରିବା ପାଇଁ ବ୍ରତ କରିଥିଲେ ସ୍ମୃତି ଇରାନୀ ! ୧୪ କି.ମି. ଖାଲି ପାଦରେ ଚାଲି ପହଞ୍ଚିଲେ ସିଦ୍ଧିବିନାୟକ ମନ୍ଦିର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାଜିତ କରି ବିଜେପି ନେତ୍ରୀ ସ୍ମୃତି ଇରାନୀ ରେକର୍ଡ କରିଛନ୍ତି। ତେବେ ରାହୁଲଙ୍କୁ ହରାଇବା ପରେ ସ୍ମୃତି ୧୪ କିଲୋମିଟର ଖାଲି ପାଦରେ ଚାଲି ଚାଲି ସିଦ୍ଧିବିନାୟକ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରିଛନ୍ତି। ସ୍ମୃତି ଇରାନୀଙ୍କ ବନ୍ଧୁ ତଥା ଟିଭି ପ୍ରଯୋଜକ ଏକତା କପୁର ଏହି ସୂଚନା ଦେବା ସହ ସ୍ମୃତି ଇରାନୀଙ୍କ ସହିତ ଏକ ଭିଡିଓ ଏବଂ କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ଉକ୍ତ ଭିଡିଓ​‌ରେ ସ୍ମୃତି ଇରାନୀ ଗାଡ଼ିର ଆଗ ସିଟ୍‌ରେ ବସିଥିବାବେଳେ ପଛ ସିଟ୍‌ରେ ଏକତା କପୁର ବସି ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳିଛି, ଯେଉଁଥିରେ ସ୍ମୃତି ତାଙ୍କର ଏକ ବଡ଼ ବ୍ରତ ପୂରଣ ହୋଇଥିବା କଥା କହୁଛନ୍ତି। ଏକତା ଭିଡିଓରେ କହିଛନ୍ତି ଯେ, ସ୍ମୃତିଙ୍କ ବ୍ରତ ପୂରଣ ହେବା ପରେ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚି ଦର୍ଶନ କରିଛନ୍ତି। ତେବେ ସ୍ମୃତି କ’ଣ ପାଇଁ ବ୍ରତ ରଖିଥିଲେ ତାହା କହି ନ ଥିଲେ ମଧ୍ୟ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କ ପାଇଁ ଏହାଠାରୁ ଆଉ କିଛି ଅଧିକ ଖୁସିର ମୁହୂର୍ତ୍ତ ହୋଇ ନ ପାରେ। ସୂଚନାଯୋଗ୍ୟ, ଆମେଠି କଂଗ୍ରେସର ଗଡ଼ ଭାବେ ଜଣାଶୁଣା। ସ୍ମୃତି ଇରାନୀ ପୂର୍ବରୁ ୨୦୧୪ରେ ଏହି ଆସନରେ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସେ ରାହୁଲଙ୍କ ପରାଜିତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories