www.samajalive.in
Saturday, December 6, 2025
15.1 C
Bhubaneswar

ଏହି ସ୍ଥାନରେ ରାହୁ ରହିଲେ ହେବେ ଧନୀ, ସୁଖମୟ ହେବ ଦାମ୍ପତ୍ୟ ଜୀବନ

ଜାତକରେ ଗ୍ରହଙ୍କ ସ୍ଥିତି କାରଣରୁ ଶୁଭଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ସେହିପରି ରାହୁଙ୍କ ସ୍ଥିତି ଧନୀ କରିବା ସହ ବଳବାନ୍‌‌ କରିଥାଏ। ଜାଣନ୍ତୁ ଜାତକରେ ରାହୁ କେଉଁ ସ୍ଥାନରେ ରହିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।
ପ୍ରଥମ ସ୍ଥାନରେ ରାହୁ ଥିଲେ, ବ୍ୟକ୍ତି ଧନୀ, ସାହସୀ,ବଳବାନ୍‌‌, ଦୟାଳୁ ହୋଇ ଥାଆନ୍ତି। ମାତ୍ର ନୀଚରେ ଥିଲେ, ମାନସିକ ସମସ୍ୟା ଦେଖାଯିବା ସହ ମୁଣ୍ଡ ଓ ମୁହଁରେ ଚିହ୍ନ ଦେଖାଯାଇଥାଏ।
ଦ୍ୱିତୀୟ ସ୍ଥାନରେ ରହିଥିଲେ, ବ୍ୟକ୍ତି ମିଷ୍ଟଭାଷୀ, ଉତ୍ତମ ବିଚାର ସହ କଳାକାର ହୋଇଥାଆନ୍ତି। ମାତ୍ର ୨ୟ ସ୍ଥାନରୁ ନୀଚରେ ରହିଲେ, ତିକ୍ତ କଥା, ଗରିବ ହେବା ସହ ଅସାମାଜିକ କାର୍ଯ୍ୟରେ ଜଡିତ ରହିଥାଆନ୍ତି।
୩ୟ ସ୍ଥାନରେ ରହିଲେ, ପରାକ୍ରମୀ, ପ୍ରତିଷ୍ଠିତ, ଚିତ୍ରକଳା,ଫଟୋଗ୍ରାଫି ଆଦିରେ ରୁଚି ରଖନ୍ତି। ଏଠାରୁ ନୀଚରେ ରହିଲେ, ଅନେକ ସମୟରେ ଝଗଡା ସହ ବ୍ୟବସାୟରେ ସମସ୍ୟା ସୃଷ୍ଟି ହୋଇଥାଏ।
୪ର୍ଥ ସ୍ଥାନରେ ରହିଲେ, ଗୁରୁଜନଙ୍କୁ ସମ୍ମାନ କରିବା ସହ ପରିବାର ସଦସ୍ୟଙ୍କ ସହ ଉତ୍ତମ ସମ୍ପର୍କ ରହିଥାଏ। ଏଠାରୁ ନୀଚରେ ରହିଲେ, ବିବାଦ କାରଣରୁ ମାତା ପିତା ଚିନ୍ତିତ ରହିଥାଆନ୍ତି।
୫ମ ସ୍ଥାନରେ ରହିଲେ, ବ୍ୟକ୍ତି ନାଟକ, ଚିତ୍ରକଳାରେ ରୁଚି ରଖିଥାଆନ୍ତି। ଏଠାରୁ ନୀଚରେ ରହିଲେ ସନ୍ତାନ ଜନିତ କଷ୍ଟ ସହ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଥାଏ।
୬ଷ୍ଠ ସ୍ଥାନରେ ରହିଲେ , ଦାନ୍ତ ଓ ନେତ୍ର ରୋଗ ଜନିତ ସମସ୍ୟା ହୋଇପାରେ, ମାତ୍ର ବ୍ୟକ୍ତି ସାହସୀ ଓ ପ୍ରଭାବଶାଳୀ ରହିବେ।
୭ମ ସ୍ଥାନରେ ରହିଲେ, ବୈବାହିକ ଜୀବନସୁଖମୟ, ଘରେ ସୁଖସମୃଦ୍ଧି ଓ ପ୍ରସିଦ୍ଧି ମିଳିବ। ନୀଚରେ ରହିଲେ ବୈବାହିକ ଜୀବନରେ ସମସ୍ୟା ଦେଖାଦେଥାଏ।
ଅଷ୍ଟମ ସ୍ଥାନରେ ରହିଲେ, ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ସହ ଜୀବନସାଥିଙ୍କ ସହ ସମସ୍ୟା ହୋଇପାରେ।
ନବମ ସ୍ଥାନରେ ରହିଲେ, ପିତାମାତାଙ୍କ ସମ୍ମାନ କରିବା ସହ ତୀର୍ଥ ଓ ବିଦେଶ ଯାତ୍ରା କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ରଖିବା ସହ ଭାଗ୍ୟଶାଳୀ ରହିବେ। ଏଠାରୁ ନୀଚ୍ଚରେ ରହିଲେ, ରୋଗ ଲାଗି ରହିଥାଏ।
ଦଶମ – ଏହି ସ୍ଥାନରେ ରହିଲେ, ନେତୃତ୍ୱ ନେବାର ସୁଯୋଗ ମିଳିଥାଏ। ବିଦ୍ୱାନ, ଲେଖକ ହୋଇଥାଆନ୍ତି। ଏଠାରୁ ନୀଚରେ ଥିଲେ ଅଳସୁଆ, ସନ୍ତାନ ଜନିତ ସମସ୍ୟା ରହିପାରେ।
ଏକାଦଶ ସ୍ଥାନରେ ରହିଲେ, ବ୍ୟକ୍ତି ସମୃଦ୍ଧିଶାଳୀ,ପ୍ରଭାବଶାଳୀ ହେବେ। ହଠାତ୍‌‌ ଧନପ୍ରାପ୍ତି ହୋଇଥାଏ। ଏଠାରୁ ନୀଚରେ ଥିଲେ କର୍ଣ୍ଣ ଜନିତ ରୋଗ ହେବାର ସମ୍ଭାବନା ଥାଏ। ପିତାଙ୍କ କାରଣରୁ ଚିନ୍ତିତ ରହି ପାରନ୍ତି।
ଦ୍ୱାଦଶ ସ୍ଥାନରେ ରହିଲେ, ଆଖି ଜନିତ ରୋଗ ସୃଷ୍ଟି ହୋଇପାରେ। ବୈବାହିକ ଜୀବନରେ ସମସ୍ୟା ହୋଇପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories