ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ରାବାସରେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ଦ୍ବିତୀୟ ବର୍ଷର ଛାତ୍ରମାନେ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି ।ଖବର ପାଇ ରବିବାର ସନ୍ଧ୍ୟାରେ ହଷ୍ଟେଲ ଦାୟିତ୍ଵରେ ଥିବା ସୁପରିଟେଣ୍ଡଣ୍ଟଙ୍କ ସହ ଅନ୍ୟମାନେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ସୂଚନା ପ୍ରକାରେ ବିଶ୍ଵବିଦ୍ୟାଳୟର ନୂତନ ଛାତ୍ରାଵାସ ତଥା ହଷ୍ଟେଲ ନଂ ୫ ରେ ୨୦୨୪ ଶିକ୍ଷାବର୍ଷ ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବାବେଳେ ଶନିବାର ରାତିରେ ଦ୍ୱିତୀୟ ବର୍ଷର କିଛି ଛାତ୍ର ନୂତନ ଛାତ୍ରାଵାସକୁ ଯାଇ ଛାତ୍ରମାନଙ୍କୁ କିଛି ପଚରାଉଚରା କରିଥିଲେ । ଯାହାକୁ ନେଇ ପ୍ରଥମ ବର୍ଷର ଛାତ୍ରମାନେ ଭୟଭୀତ ହୋଇଥିଲେ l ଯାହା ନେଇ କିଛି ଛାତ୍ର ସେମାନଙ୍କୁ ରାଗିଂ ହୋଇଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଯୋଗ ପାଇବା ପରେ ହଷ୍ଟେଲ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷମାନେ ସେଠାରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି l ଏ ନେଇ ହଷ୍ଟେଲ ୱାଡେନ ପ୍ରଫେସର ସୁଧାକର ପାତ୍ରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ତେଣୁ ରାଗିଂ ନେଇ ପ୍ରକୃତ ସତ୍ୟ ଜଣାପଡିନାହିଁ।

Comments are closed.