www.samajalive.in
Sunday, December 14, 2025
23.1 C
Bhubaneswar

‘ରେଡିଓ ହୀରାଖଣ୍ଡ’ ହେଲା ଦେଶର ଅଗ୍ରଣୀ ଗୋଷ୍ଠୀ ବେତାର କେନ୍ଦ୍ର, ଘୋଷଣା କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ସମ୍ବଲପୁର:ସମ୍ବଲପୁର ସ୍ଥିତ ଏକ ମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ହୀରାଖଣ୍ଡ’ କୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦେଶର ଏକ ଅଗ୍ରଣୀ ଗୋଷ୍ଠୀ ବେତାର କେନ୍ଦ୍ର ଭାବରେ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ରେଡିଓ ହୀରାଖଣ୍ଡକୁ ଏକ ଅଗ୍ରଣୀ ଗୋଷ୍ଠୀ ବେତାର କେନ୍ଦ୍ର ଭାବରେ ଘୋଷଣା କରିଥିବାରୁ ଏହାର କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଡ. ଶ୍ୟାମ ସୁନ୍ଦର ଧର ସରକାରଙ୍କୁ ସାଧୁବାଦ ଜ୍ଞାପନ କରିବା ସହିତ ଏହା ଦ୍ୱାରା ଅନୁଷ୍ଠାନ ବେଶ ଉତ୍ସାହିତ ବୋଲି କହିଛନ୍ତି। ରେଡିଓ ହୀରାଖଣ୍ଡ ଆଗାମି ଦିନରେ ଭାରତରେ କମ୍ୟୁନିଟି ରେଡିଓ ଆନ୍ଦୋଳନକୁ ଆହୁରୀ ମଜବୁତ କରିବା ପାଇଁ ଏକ ନୋଡାଲ ପଏଣ୍ଟ ଭାବରେ କାର୍ଯ୍ୟ କରିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ବିକାଶ ମହାପାତ୍ର କହିଛନ୍ତି। ଓଡିଶାରେ ଗୋଷ୍ଠୀ ବେତାର କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହୀ ଅନୁଷ୍ଠାନ ମାନଙ୍କୁ ଆବଶ୍ୟକ ସାହାଯ୍ୟ ଯୋଗାଇ ଦେବା, ଏକ ଡାଟା ବ୍ୟାଙ୍କ ସୃଷ୍ଟି କରିବା, ମନ୍ତ୍ରାଳୟ ତରଫରୁ ସମସ୍ତ ଆବଶ୍ୟକୀୟ ସୂଚନା ଓ ସହାୟତା ପ୍ରଦାନ କରିବା ଅନୁଷ୍ଠାନର ମୂଳ ଲକ୍ଷ୍ୟ ଅଟେ। ଅନୁଷ୍ଠାନ ତରଫରୁ ପଶ୍ଚିମ ଓଡିଶାରେ ଥିବା ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ଜିଲା ମାନଙ୍କରେ କିଭଳି ଅଧିକ ଗୋଷ୍ଠୀ ବେତାର କେନ୍ଦ୍ର ସ୍ଥାପନ ହୋଇ ପାରିବ ସେଥିପାଇଁ ଅନୁଷ୍ଠାନ ଉଦ୍ୟମ କରିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ମହାପାତ୍ର କହିଛନ୍ତି।

ଦେଶରେ ବର୍ତ୍ତମାନ ୩୫୦ଟି ଗୋଷ୍ଠୀ ବେତାର କେନ୍ଦ୍ର ରହିଥିବା ବେଳେ ଓଡିଶାରେ ୨୨ଟି କେନ୍ଦ୍ର କାର୍ଯ୍ୟରତ। ସେଥି ମଧ୍ୟରୁ ପଶ୍ଚିମ ଓଡିଶାରେ କେବଳ ରେଡିଓ ହୀରାଖଣ୍ଡ କାର୍ଯ୍ୟରତ ରହିଥିବା ବେଳେ ଆଗାମୀ ଦିନ ମାନଙ୍କରେ କିଭଳି ଅଧିକରୁ ଅଧିକ ବେତାର କେନ୍ଦ୍ର ଏହି ଅଞ୍ଚଳରେ ସ୍ଥାପନ କରାଯିବ ସେହି ଦିଗରେ ଅନୁଷ୍ଠାନ ଉଦ୍ୟମ କରିବ ବୋଲି ସମ୍ବଲପୁର କେନ୍ଦ୍ରର ସହ ନିର୍ଦ୍ଦେଶିକା ପିଙ୍କି ପ୍ରଧାନ କହିଛନ୍ତି। ସେହିଭଳି ଗୋଷ୍ଠୀ କେନ୍ଦ୍ରର ବେତାର ସମ୍ପାଦକ ତାପସ କୁମାର ଭୋଇ କହିଛନ୍ତ ଯେ, ବର୍ତ୍ତମାନ କେନ୍ଦ୍ର ଦ୍ୱାରା ହୀରାଖଣ୍ଡର ହୀରା, ଆଲତି, ସମ୍ବଲପୁରୀ କହଁର, ଆଜିର କୁନୁହାଁ, ଚାଷ ବାସ, ଜାଗୃତି, ନାରୀ ଶକ୍ତି ଇତ୍ୟାଦି ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମ ଶ୍ରୋତା ମାନଙ୍କ ପାଇଁ ପରିବେଷଣ କରି ସେମାନଙ୍କର ମନକୁ ଛୁଇଁବାରେ ସଫଳ ହୋଇଛି। ସୂଚନାଯୋଗ୍ୟ ଯେ, ବିଗତ ୨୦୧୮ ମସିହାରୁ ସମ୍ବଲପୁର ସହରରେ ସୁପ୍ରତିଭା ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠା କରାଯାଇଥିଲା। ବେତାର ମାଧ୍ୟମରେ ନିରନ୍ତର ସମ୍ବଲପୁରୀ ଭାଷାରେ ଅନେକ କାର୍ଯ୍ୟକ୍ରମ ପ୍ରସାରଣ କରିବା ସହିତ କରୋନା ସଙ୍କଟ ସମୟରେ ଅନେକ ମାନବୀୟ ସାହାଯ୍ୟ ଓ ନିରନ୍ତର ଜନସଚେତନା କାର୍ଯ୍ୟକ୍ରମ ‘ହୀରାଖଣ୍ଡ ରେଡିଓ’ ଜରିଆରେ କରାଯାଇ ଆସୁଛି।

- Advertisement -

 

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories