www.samajalive.in
Sunday, December 14, 2025
23.1 C
Bhubaneswar

ରହେ ନା ରହେ ହମ…ସ୍ୱର ସାମ୍ରାଜ୍ଞୀ ଲତା ପଞ୍ଚଭୂତରେ ଲୀନ

କିମ୍ବଦନ୍ତୀ ଗାୟିକା, ସ୍ୱର ସାମ୍ରାଜ୍ଞୀ ତଥା ଭାରତର ନାଇଟିଙ୍ଗଲ ଭାରତରତ୍ନ ଲତା ମଙ୍ଗେସକରଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଛି। ମୁମ୍ବାଇର ଶିବାଜୀ ପାର୍କରେ ଆଜି ସନ୍ଧ୍ୟା ୭ଟା ୨୩ ମିନିଟ ସମୟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଲତାଙ୍କୁ ଅନ୍ତିମ ବିଦାୟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିବାଜୀ ପାର୍କରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେଠାରେ ଦେଶର ବହୁ ମନ୍ତ୍ରୀ, ତୁଙ୍ଗ ନେତା, ଅଭିନେତା ଅଭିନେତ୍ରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ଆଜି ଲତାଙ୍କ ଶେଷଯାତ୍ରା ସମୟରେ ହଜାର ହଜାର ସଂଖ୍ୟକ ଲୋକ ସାମିଲ ହୋଇଥିଲେ।

ଆଜି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଥିଲା। ୨୯ ଦିନ ହେବ ଭେଣ୍ଟିଲେଟରରେ ଥିବା ଲତାଙ୍କର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ପରଲୋକ ଘଟିଥିଲା। ସେ କୋଭିଡରେ ସଂକ୍ରମିତ ହେବା ପରେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ତାଙ୍କୁ ଜାନୁଆରୀ ୮ରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା।

- Advertisement -

୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ଲତା ୧୯୪୨ ମସିହାରେ ମାତ୍ର ୧୩ ବର୍ଷ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ସାତ ଦଶନ୍ଧିର କ୍ୟାରିଅରରେ କୋକିଳ କଣ୍ଠି ଲତା ଏକ ହଜାରରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇଛନ୍ତି। ଲତା ମଙ୍ଗେସକର ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ। ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରର ଗୀତ ‘ସେଇ ଚୁନା ଚୁନା ତାରା ଫୁଲ ଆଜି’ ଓ ଅରୁନ୍ଧତୀ ଚଳଚ୍ଚିତ୍ରର ଗୀତ ‘ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ’ ଗାଇଥିଲେ। ଲତାଙ୍କ ପରଲୋକରେ କେନ୍ଦ୍ର ସରକାର ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା।

୨୦୦୪ରେ ବଲିଉଡ୍ ରିଲିଜ୍ ଭିର୍-ଜରା ଲତାଙ୍କ ଶେଷ ଆଲବମ୍ ଥିଲା। ‘ନାଇଟେଙ୍ଗଲ ଅଫ୍ ଇଣ୍ଡିଆ’ ଭାବରେ ଜଣାଶୁଣା ଲତା ୧୯୪୨ରେ ପିତା ପଣ୍ଡିତ ଦୀନାନାଥ ମଙ୍ଗେସ୍କରଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ। ପରେ ତାଙ୍କୁ ତାଙ୍କର ଗୀତ ବହୁତ ବଡ଼ ସଫଳତା ଆଣି ଦେଇଥିଲା। ଲତାଙ୍କର ପ୍ରଥମ ବଲିଉଡ ଚଳଚ୍ଚିତ୍ର ୧୯୪୮ ‘ଦିଲ୍ ମେରା ତୋଡା’ରେ କଣ୍ଠଦାନ କରିଥିଲେ।

ସମ୍ମାନର ଶିଖରରେ ଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର। ବହୁତ କମ୍‍ ବୟସରୁ ନିଜର ସଂଗୀତ କ୍ୟାରିୟର ଅରମ୍ଭ କରିଥିବା ବେଳେ, ତାଙ୍କୁ ମିଳିଥିଲା ଅନେକ ସମ୍ମାନ। ୫୧ ବର୍ଷର କ୍ୟାରିଅରରେ ଲତା ମଙ୍ଗେସକର ୭୫ରୁ ଅଧିକ ପୁରସ୍କାର ପାଇଥିଲେ। କେବଳ ଭାରତ ସରକାରଙ୍କ ଠାରୁ ୫ଟି ପୁରସ୍କାର ଗ୍ରହଣ କରିଥିବା ବେଳେ ବହୁ ବଡ଼ ବଡ଼ ପୁରସ୍କାର ହାତେଇଥିଲେ ଲତା। ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୧୯୬୯ରେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୮୯ରେ ଦାଦା ସାହେବ ଫାଲକେ ପୁରସ୍କାର ତାଙ୍କୁ ମିଳିଥଲା। ୧୯୯୯ରେ ପଦ୍ମ ବିଭୂଷଣ ପୁରସ୍କର ମିଳିଥିବା ବେଳେ, ୨୦୦୧ରେ ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories