www.samajalive.in
Monday, December 15, 2025
26.1 C
Bhubaneswar

ବିଜେପି ସାଂସଦ ରବି କିଷନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଶନିବାର ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଷନଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡିଛି। ରବି ନିକଟରେ ବିହାରକୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇ ଫେରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାତିରେ ଅଜଣା ବ୍ୟକ୍ତି ତାଙ୍କୁ ଓ ପରିବାର ପ୍ରତି ଫୋନରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବାବେଳେ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି। ରବି ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶର ଗୋରଖପୁର ଥାନାରେ ଏକ ଏତଲା ଦାଏର କରିଛନ୍ତି। ଅଭିଯୁକ୍ତ କେବଳ ରବିଙ୍କୁ ନୁହେଁ, ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ ଗାଳି ଦେଇଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି। ରବି ୨୦୧୪ରୁ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀଭାବେ ଲୋକସଭାକୁ ପ୍ରତିନିଧିତ୍ବ କରିଆସୁଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories