www.samajalive.in
Monday, December 8, 2025
16.1 C
Bhubaneswar

ଭାରତୀୟ ଦଳରେ ଅଶ୍ବିନ ସାମିଲ, ଅକ୍ଷର ବାଦ୍‌

ନୂଆଦିଲ୍ଲୀ  : ଭାରତୀୟ ଦିନିକିଆ କ୍ରିକେଟ ବିଶ୍ବକପ ଦଳରେ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଶେଷରେ ସ୍ଥାନ ପାଇଛନ୍ତି। ଆହତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଅଶ୍ବିନଙ୍କୁ ସ୍ଥାନ ମିଳିଛି। ବିଶ୍ବକପ ଲାଗି ପୂର୍ବରୁ ଘୋଷିତ ୧୫ ଜଣିଆ ଭାରତୀୟ ଦଳରେ ଅକ୍ଷର ସ୍ଥାନ ପାଇଥିଲେ। ଆହତ ଖେଳାଳିଙ୍କ ବଦଳ ଭାବେ ସେପ୍ଟେମ୍ବର ୨୮ ସୁଦ୍ଧା ଚୂଡାନ୍ତ ଖେଳାଳି ତାଲିକା ଦେବାକୁ ଆଇସିସି ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିଲା। ଅକ୍ଷର ପଟେଲ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଶ୍ବିନଙ୍କୁ ସ୍ଥାନ ମିଳିଛି। ଅକ୍ଷର ଗତ ଏସିଆ କପ୍‌ ସମୟରେ ଆହତ ହୋଇଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଦଳକୁ ଫେରିଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇନଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ବାଦ୍‌ ଦିଆଯାଇଛି। ବିସିସିଆଇ ପକ୍ଷରୁ ପ୍ରଥମରୁ ଘୋଷିତ ୧୫ ଜଣିଆ ଦଳରେ ୩୭ ବର୍ଷୀୟ ଅଶ୍ବିନଙ୍କୁ ସ୍ଥାନ ମିଳିନଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ବିସିସିଆଇ ସିନିୟର ମନୋନୟନ କମିଟିକୁ ସମାଲୋଚନା କରାଯାଇଥିଲା। ବିଭିନ୍ନ ସ୍ତରରୁ ସମାଲୋଚନା ପରେ ସିନିୟର ମନୋନୟନ କମିଟି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଅଶ୍ବିନଙ୍କୁ ସୁଯୋଗ ମିଳିଥିଲା। ୨୦ମାସ ପରେ ଗତ ୨୨ରେ ଅଶ୍ବିନ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ। ଅଶ୍ବିନ ଅଷ୍ଟ୍ରେଲିଆ ବିପକ୍ଷ ୨ଟି ମ୍ୟାଚ ଖେଳି ୪ଟି ୱିକେଟ ନେଇଥିଲେ। ଅଶ୍ବିନ ୧୧୫ଟି ଦିନିକିଆ ଖେଳି ୧୫୫ଟି ୱିକେଟ ନେଇଛନ୍ତି। ସେହିପରି ବ୍ୟାଟିଂରେ ଗୋଟିଏ ଅର୍ଦ୍ଧଶତକ ସହ ୮୧୩ ରନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories