www.samajalive.in
Wednesday, December 10, 2025
14.1 C
Bhubaneswar

ସଙ୍କଟରେ ୟେସ୍‌ ବ୍ୟାଙ୍କ: ସୁରକ୍ଷିତ ରହିବ ତ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ?

ଭୁବନେଶ୍ଵର: ୟେସ୍‌ ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ବ୍ୟାଙ୍କର ଏନପିଏ ପରିମାଣ ଲଗାତାର ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଅଗ୍ରସର ହେଉଛି। ବ୍ୟାଙ୍କର ପରିଚାଳନା କଷ୍ଟକର ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଜମାକାରୀଙ୍କ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି। କୌଣସି ଜମାକାରୀ ଗୋଟିଏ ମାସରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ବୋଲି ନିୟମ ଲାଗୁ ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ୟେସ୍‌ ବ୍ୟାଙ୍କର ଅନ୍ୟତମ ପ୍ରମୁଖ ଜମାକାରୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ନାମରେ ଏହି ବ୍ୟାଙ୍କରେ ଥିବା ଆକାଉଣ୍ଟରେ ୫୪୫ କୋଟି ଟଙ୍କା ଜମା ରହିଛି। ବର୍ତ୍ତମାନ ବ୍ୟାଙ୍କର ସଙ୍କଟଜନକ ସ୍ଥିତିକୁ ଦୃଷ୍ଟି ଦେଲେ ମହାପ୍ରଭୁଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ନିକଟରେ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ସୂଚନା ଦେଇ କହିଥିଲେ,  ଶ୍ରୀଜଗନ୍ନାଥଙ୍କ ମୋଟ ସମ୍ପତ୍ତିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ଟଙ୍କା। ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କର ୫୪୫ କୋଟି ଟଙ୍କା ଜମା ରହିଛି। ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍‌ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ଜମା ରହିଥିଲା। ସ୍ଥାୟୀ ଜମାରେ ୫୪୫ କୋଟି ଏବଂ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ଥିଲା। ତେବେ ଇତିମଧ୍ୟରେ ୪୭ କୋଟି ଟଙ୍କାର ଫ୍ଲେକ୍ସି ଜମା ବ୍ୟାଙ୍କରୁ ପ୍ରତ୍ୟାହାର କରିନିଆଯାଇଛି। ଆଗାମୀ ମାର୍ଚ୍ଚରେ ୫୪୫ କୋଟି ଟଙ୍କା ଉକ୍ତ ଘରୋଇ ବ୍ୟାଙ୍କରୁ ଉଠାଯାଇ ଜାତୀୟକରଣ ବ୍ୟାଙ୍କରେ ରଖାଯିବ ବୋଲି ମନ୍ତ୍ରୀ କହିଥିଲେ। କିନ୍ତୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲାଗୁ ହୋଇଛି। ତେବେ ଏକ ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା କିପରି ରଖାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories