ଢେଙ୍କାନାଳ : ଢେଙ୍କାନାଳ ଜିଲା ଅଳପୁଆ ଛକରେ କାମାକ୍ଷାନଗର ଅଞ୍ଚଳରେ ଶୁକ୍ରବାର ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋକୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୩ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଭାଗୀରଥୀପୁରରୁ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଅଟୋଟି ଆସୁଥିବା ସମୟରେ ପଛପଟୁ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି।
ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ; ୩ ଛାତ୍ରଛାତ୍ରୀ ଆହତ
Popular Categories



