BJD Bijuli 480×75 Mob

ସମ୍ବଲପୁର ବିଶ୍ୱବିଦ୍ୟାଳୟ +୩ ଶିକ୍ଷା ସମ୍ମାନ ବିଷୟ ପ୍ରଶ୍ନପତ୍ର ଲିକ୍‍, ପରୀକ୍ଷା ବାତିଲ୍‍

BJD Bijuli 480×75 Mob

ଡେସ୍କ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ +୩ ତୃତୀୟ ବର୍ଷ ଶିକ୍ଷା ସମ୍ମାନ ବିଷୟ ପ୍ରଶ୍ନପତ୍ର ଲିକ୍‍ ହୋଇଛି। ଆଜି ଏହି ବିଷୟ ପ୍ରଶ୍ନପତ୍ର ଲିକ୍‍ ହୋଇଥିବା କର୍ତୃପକ୍ଷ ସ୍ୱୀକାର କରିଛନ୍ତି। ଭାଇରାଲ୍‍ ହୋଇଥିବା ପ୍ରଶ୍ନପତ୍ର ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ତେଣୁ ଆଜିର ଏହି ବିଷୟ ପରୀକ୍ଷାକୁ ବାତିଲ୍‍ କରାଯାଇଛି। ତେବେ କିପରି ଓ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍‍ ଓ ଭାଇରାଲ୍‍ ହୋଇଛି ସେନେଇ ତଦନ୍ତ ହେବ। ଅଭିଯୁକ୍ତ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

Comments are closed.