ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଜାଲରୁ ବୁଧବାର ଏକ ଅଜଗର ସାପ ଉଦ୍ଧାର ହୋଇଛି। ସାପଟିର ଲମ୍ବ ପ୍ରାୟ ସାତ ଫୁଟ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଇପୁର ଗ୍ରାମର ଡ଼ମ୍ବରୁ ଧର ପାତ୍ରଙ୍କ ପରିବାର ସୋର ମହୋତ୍ସବ ପଡ଼ିଆରେ ମାଛ ପାଇଁ ଜାଲ ବସାଇଥିଲେ। ମାତ୍ର ଜାଲରେ ମାଛ ବଦଳରେ ଏକ ଅଜଗର ସାପ ଫସି ଯାଇଥିଲା। ଖବର ପାଇଁ ବନ୍ୟ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଛନ୍ତି।
ମାଛ ବଦଳରେ ଜାଲରେ ପଡ଼ିଲା ଅଜଗର ସାପ
Popular Categories



