www.samajalive.in
Friday, December 5, 2025
20.1 C
Bhubaneswar

ଆଜି ମୋଦୀଙ୍କ କ୍ୟାବିନେଟ୍‌ ବୈଠକ, ନୂଆ ଶିକ୍ଷା ନୀତିକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ୩୪ ବର୍ଷରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ବଜଟେରେ ନୂଆ ଶିକ୍ଷା ନୀତି ସମ୍ପର୍କରେ ଘୋଷଣା କରିଥିଲେ। ଏହି ନୀତି ଅଧୀନରେ ଦେଶରେ ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯିବ। ଏହାଦ୍ବାରା କେବଳ ନୂତନ ଶିକ୍ଷା ଗ୍ରହଣ କରିବାର ସୁଯୋଗ ମିଳିବ ନାହିଁ, ବରଂ ଚାକିରି କରିବା ସହଜ ହେବ।

ନୂଆ ଶିକ୍ଷା ନୀତି ଘୋଷଣା କରିବା ସମୟରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଶିକ୍ଷା କ୍ଷେତ୍ରରେ ବାହ୍ୟ ବାଣିଜ୍ୟିକ ଏବଂ ଏଫଡିଆଇ(ବିଦେଶୀ ପୁଞ୍ଜି ନିବେଶ)କୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସରକାର ଯୁବ ଇଞ୍ଜିନିୟରମାନଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ଦେବା ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ଲାଗି ସରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏଥି ସହିତ ନ୍ୟାଶନାଲ ପୁଲିସ ୟୁନିଭରସିଟି ଏବଂ ନ୍ୟାଶନାଲ ଫରେନସିକ୍ ବିଶ୍ୱବିଦ୍ୟାଳୟର ପ୍ରସ୍ତାବ ମଧ୍ୟ ଅଣାଯାଉଛି। ଏହା ବ୍ୟତୀତ ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ୍ଣ ଅନ୍‌ଲାଇନ ଶିକ୍ଷା କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ ହେଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories