www.samajalive.in
Friday, December 5, 2025
20.1 C
Bhubaneswar

ଜ୍ୱାଇଁଙ୍କୁ ୧ କିଲୋମିଟର ଚଲାଇ ଥାନାରେ ଦେଲେ ଶ୍ୱଶୁରଘର ଲୋକେ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ଗ୍ରାମରେ ଏକ ଭିନ୍ନ ଧରଣର ଘଟଣା ଘଟିଥିବା ବୁଧବାର ଜଣାପଡ଼ିଛି। ଜଣେ ଜ୍ୱାଇଁଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ରଶିରେ ବାନ୍ଧି ଗାଁ ରାସ୍ତାରେ ଏକ କିଲୋମିଟର ଚଲାଇ ଥାନାରେ ଦେଇଛନ୍ତି। ଉକ୍ତ ଜ୍ୱାଇଁ ହେଲେ ଗୌରାଙ୍ଗ ଭୋଇ। ତାଙ୍କ ନାମରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି।
ସୂଚନା ଯୋଗ୍ୟ ; ଗୌରାଙ୍ଗ ଦୁଇ ବର୍ଷ ତଳେ ଚିନ୍ତାମଣୀ ପଦା ପୁରୁଷୋତମ ଭୋଇଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଗୌରାଙ୍ଗ ନିଜ ପତ୍ନୀ ନିର୍ଯ୍ୟାତନା ଦେଇ ବାପଘରେ ଛାଡ଼ି ଦେଇଥିଲେ। ପୁଣି ସମାଧାନ ପରେ ପତ୍ନୀଙ୍କୁ ଘରକୁ ନେଉଥିଲେ। ବାରମ୍ବାର ପତ୍ନୀଙ୍କ ପ୍ରତି ଏପରି ବ୍ୟବହାର କରିବାରୁ ଗତକାଲି ବିଳମ୍ବିତ ରାତିରେ ପୁରୁଷୋତମଙ୍କ ପରିବାର ଗୌରାଙ୍ଗକୁ ଏକ ରଶିରେ ବାନ୍ଧି ଏକ କିଲୋମିଟର ରାସ୍ତାରେ ଚଲାଇ ଚଲାଇ ଥାନାରେ ଦେଇଥିଲେ। ପୁଲିସ ଗୌରାଙ୍ଗକୁ ଥାନା ଅଟକ ରଖି ତଦନ୍ତ ଜାରି ରଖିଛି ବୋଲି ଜଣାପଡ଼ିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories