www.samajalive.in
Sunday, December 14, 2025
19.1 C
Bhubaneswar

ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକ ପାଇଁ ପୁଟ୍ଟପର୍ତ୍ତି ଚଳଚଞ୍ଚଳ

ସମାଜ ଲାଇଭ୍‌: ଚଳିତ ମାସ ୨୩ରେ ଶ୍ରୀସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକ ପାଳନ ହେବ। ଏହା ସତ୍ୟସାଇଙ୍କ ମୁଖ୍ୟ ଆଶ୍ରମ ଆନ୍ଧ୍ରପ୍ରଦେଶ ପୁଟ୍ଟପର୍ତ୍ତି ସହ ସମଗ୍ର ଦେଶ ଓ ବିଶ୍ବରେ ପାଳନ ହେବ। ୧୯ରେ ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୧ରେ ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ୨୨ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେହିପରି ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ୧୩୦ ଦେଶର ପ୍ରତିନିଧିଙ୍କୁ ନେଇ ବିଶ୍ବ ସମ୍ମିଳନୀ ୨୧ ଓ ୨୨ରେ ହେବ। ୨୩ରେ ଜନ୍ମ ଶତବାର୍ଷିକ ଉତ୍ସବ ପାଳନ କରାଯିବ। ଓଡିଶାରୁ ଯିବା ଆସିବା ପାଇଁ ୪ଟି ସ୍ବତନ୍ତ୍ର ରେଳ ବ୍ୟବସ୍ଥା କରାଯାଇଛି। ଶ୍ରୀସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ଶାଖା ପକ୍ଷରୁ ୨୦୨୬ ଜାନୁଆରୀ ୧୮ରେ କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ଏନେଇ ଭବ୍ୟ ଉତ୍ସବ ଭାବେ ପାଳନ କରାଯିବ ବୋଲି ସଙ୍ଗଠନର ରାଜ୍ୟ ସଭାପତି ଡ. ସତ୍ୟସ୍ୱରୂପ ପଟ୍ଟନାୟକ ସୂଚନା ଦେଇଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories