ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ସ୍ଥିତ ନୌଗାଓଁ ପୁଲିସ ଥାନାରେ ବଡ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଏହାସହିତ ଅନେକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଛି । ବିସ୍ଫୋରଣରେ ପୁଲିସ ଥାନାର କୋଠାର ଏକ ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ସେ ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇ ୩୦୦ ଫୁଟ ଦୂର ପର୍ଯ୍ୟନ୍ତ ବିଛାଡି ହୋଇ ପଡିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିସ୍ଫୋରଣରେ ଥାନା ଉଡିଯିବା ସହ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣର ଶଦ୍ଦ ଦୂର ଦୂରକୁ ପ୍ରତିଧ୍ୱନିତ ହୋଇଥିଲା । ଯାହାକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଘଟଣା ପରେ ସେଠାରେ ପ୍ରବଳ ଭିଡ ଜମିବାରୁ ପୁଲିସ କର୍ମୀ ଭିଡ଼ ପରିଚାଳନା କରିଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିଥିଲେ । ଲୋକଙ୍କ ସହାୟତାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
Not a Terrorist Attack 🚨
Ammonium Nitrate confiscated by cops explodes inside police station in Nowgam, Rawalpora Srinagar, Jammu Kashmir.
Blast happened when Police and Tehsildar were inspecting
Casualties feared
Prayers for everyone🙏Video📷#Pakistan #india #Afghanistan pic.twitter.com/sUkvtOAwXa
— Globally Pop (@GloballyPop) November 14, 2025
ସୂଚନା ଅନୁସାରେ ବଡ ବଡ ଆତଙ୍କୀ ନେଟୱାର୍କର ପର୍ଦ୍ଦାଫାସ କରି ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା ନୌଗାଓଁ ପୁଲିସ । ଫରିଦାବାଦରୁ ଜବତ ବିସ୍ଫୋରକ ନୌଗାଓଁ ଥାନାରେ ରଖାଯାଇଥିଲା । ବିସ୍ଫୋରକକୁ ପୁଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କରିଲା ବେଳେ ବିସ୍ଫୋରଣ ଘଟିଥିଲା । ତେବେ ବିସ୍ଫୋରଣ କେମିତି ହେଲା ଓ କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ ଚାଲିଛି ।
Nowgam, Rawalpora, Srinagar 🚨
2 Died
8 casualties (now in hospital)Rescue work begins at the Police Station after an accidental blast of Ammonium Nitrate. Jammu Kashmir Police, Fire Brigade, and Paramilitary personnel on the spot.
Prayers for everyone 🚨#Pakistan #india pic.twitter.com/zrejUjdY0b
— Globally Pop (@GloballyPop) November 14, 2025



