www.samajalive.in
Sunday, December 7, 2025
23.1 C
Bhubaneswar

ଯୁଦ୍ଧ ବନ୍ଦ ଲାଗି ପୁତିନଙ୍କ ୪ ସର୍ତ୍ତ

ମସ୍କୋ,୭ା୩: ୟୁକ୍ରେନ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୪ଟି ସର୍ତ୍ତ ଧାର୍ଯ୍ୟ କରିଛନ୍ତି। ୟୁକ୍ରେନ ଯଦି ତାଙ୍କର ୪ଟି ସର୍ତ୍ତକୁ ମାନିନେବ ତେବେ ରୁଷିଆ ତୁରନ୍ତ ଯୁଦ୍ଧ କରିବ ବୋଲି ପୁତିନ କହିଛନ୍ତି। ରୁଷ୍‌ିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖପାତ୍ରଙ୍କ ପକ୍ଷରୁ ଜାରି ସର୍ତ୍ତଗୁଡିକ ହେଲା ୧- ୟୁକ୍ରେନ ଏହାର ଆକ୍ରମଣ ବନ୍ଦ କରୁ। ୟୁକ୍ରେନ ବିରୋଧରେ ରୁଷିଆ ଏହାର ସାମରିକ ଅଭିଯାନ ଶେଷ କରିସାରିଛି। ମାତ୍ର ୟୁକ୍ରେନ ସୈନ୍ୟ ଆକ୍ରମଣ କରୁଥିବାରୁ ରୁଷିଆ ଏହାର ପ୍ରତିଆକ୍ରମଣ କରୁଛି। ତେଣୁ ୟୁକ୍ରେନ ଏହାର ଆକ୍ରମଣ ବନ୍ଦ କଲେ ଯୁଦ୍ଧ ବନ୍ଦ ହେବ। ୨- ନିରପେକ୍ଷତା ଅବଲମ୍ବନ ନିମନ୍ତେ ୟୁକ୍ରେନ ଏହାର ସମ୍ବିଧାନ ସଂଶୋଧନ କରୁ। ୩-କ୍ରିମିଆ ରୁଷିଆର ଭୂଖଣ୍ଡ ବୋଲି ୟୁକ୍ରେନ ସ୍ବୀକାର କରୁ। କ୍ରିମିଆ ରୁଷିଆର ଭୂଖଣ୍ଡ ଭାବେ କିପରି ସ୍ବୀକାର କରିବାକୁ ହେବ ତାହା ୟୁକ୍ରେନକୁ କୁହାଯାଇଛି। ୪- ବିଚ୍ଛିନ୍ନତାବାଦୀଙ୍କ ଭୂଖଣ୍ଡ ଡୋନେକ୍ସ ଓ ଲୁଗାନସ୍କକୁ ୟୁକ୍ରେନ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ପ୍ରଦାନ କରୁ। ରୁଷିଆର ଏହି ସର୍ତ୍ତ ଉପରେ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ଯୁଦ୍ଧରେ ୟୁକ୍ରେନ୍‌ ସେନା ରୁଷିଆର ୧୦୦ ଯୁଦ୍ଧବିମାନ ମଧ୍ୟରୁ ୪୦ଟିକୁ ଗୁଳିକରି ଖସାଇ ଦେଇଥିବା ଦାବି କରିଛି। କେବଳ ସେତିକି ନୁହେଁ; ରୁଷିଆ ବ୍ୟବହାର କରୁଥିବା କାଲିବର୍‌ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ସେମାନେ ଶେଷ କରିଦେଇଥିବା ଦେଶର ସେନା ପରାମର୍ଶଦାତା କହିଛନ୍ତି। ଯୁଦ୍ଧର ଦ୍ବାଦଶ ଦିବସ ସୁଦ୍ଧା ୟୁକ୍ରେନ୍‌ର ୩୩୧ ସାଧାରଣ ନାଗରିକଙ୍କ ପ୍ରାଣହାନି ଘଟିଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହି ସଂଖ୍ୟା ଅଧିକ ହୋଇଥିବା ଆଶଙ୍କା କରାଯାଉଛି। ଇତିମଧ୍ୟରେ ୟୁକ୍ରେନ୍‌ରୁ ୧୫ ଲକ୍ଷ ଲୋକ ଦେଶ ଛାଡ଼ି ପଡ଼ୋଶୀ ରାଷ୍ଟ୍ରକୁ ପଳାଇବା ସହ ଶରଣାର୍ଥୀ ଶିବିରରେ ବାସ କରୁଛନ୍ତି। ସୋମବାର ରୁଷିଆ ସାମୟିକ ଯୁଦ୍ଧବିରତି ଘୋଷଣା କରିବା ସହ କିଭ୍‌, ମାରିଉପୋଲ, ସୁମି ଆଦି ସହର ଛାଡ଼ି ପଳାଇବାକୁ ସାଧାରଣ ନାଗରିକଙ୍କୁ ନିର୍ଦେଶ ଦେଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories