ଭାରତରେ କୋକା-କୋଲା, ପେପ୍ସିକୋକୁ ୨୫ କୋଟି ଜୋରିମାନା
ନୂଆଦିଲ୍ଲୀ : ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିବାକୁ ନେଇ କୋକା-କୋଲା ଓ ପେପ୍ସିକୋ ଉପରେ ୨୫ କୋଟି ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)। କୋକା-କୋଲାର ମୁନ୍ ବେଭରେଜ ଓ ପେପ୍ସି -କୋର ବରୁଣ ବେଭରେଜ ଏହାର ଉତ୍ତରପ୍ରଦେଶ ପ୍ଲାଣ୍ଟରେ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ଭୂତଳ ଜଳ ବ୍ୟବହାର ନିମନ୍ତେ ଲାଇସେନ୍ସର ନିୟମକୁ ଦୁଇ କମ୍ପାନୀ ଉଲ୍ଲଙ୍ଘନ କରିଥିଲେ। ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋୟଲଙ୍କ ନେତୃତ୍ବ କମିଟି କୋକାକେଲା ଉପରେ ୧୫କୋଟି ଟଙ୍କା ଓ କୋକାକୋଲା ଉପରେ ୯.୭୧ କୋଟି ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି।
Comments are closed.