www.samajalive.in
Friday, December 12, 2025
16.1 C
Bhubaneswar

ବିନା ଭକ୍ତରେ ଘୋଷଯାତ୍ରା, ଶ୍ରଦ୍ଧା ଓ ଭକ୍ତିର ବିଜୟ

ପୁରୀ : ଭକ୍ତଙ୍କ ବିଜୟ ହୋଇଛି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ବୁଝିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିନାଭକ୍ତରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ପୁରୀ ରଥଯାତ୍ରା ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ସୋମବାରର ନିର୍ଦେଶ ସେବକ ଏବଂ ଭକ୍ତଙ୍କୁ ଆନନ୍ଦିତ କରିଛି। ହରିବୋଲ ହୁଳହୁଳୀ ଏବଂ ଜୟ ଜଗନ୍ନାଥ ଧ୍ବନିରେ କମ୍ପିଉଠୁଛି ବଡ଼ଦାଣ୍ଡ। କରୋନା ବିପତ୍ତି ଯୋଗୁଁ ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ଦେଖା ଦେଇଥିବା ବାଦବିବାଦର ପରିସମାପ୍ତି ଘଟିଛି। ଭକ୍ତଙ୍କ ପ୍ରାର୍ଥନା ଶୁଣିଛନ୍ତି ଭକ୍ତବତ୍ସଳ। କରୋନା କଟକଣା ସହ ରଥଯାତ୍ରା​‌ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ ପାଇଁ ତତ୍ପର ହୋଇଉଠିଛି ପ୍ରଶାସନ। ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡ। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ମଙ୍ଗଳବାର ଆଡ଼ପମଣ୍ଡପ ଅଭିମୁଖେ ଘୋଷଯାତ୍ରା କରିବା ନିଶ୍ଚିତ ହୋଇଛି। ସୁପ୍ରିମକୋର୍ଟଙ୍କ ପରିବର୍ଦ୍ଧିତ ନିର୍ଦେଶକୁ ସବୁବର୍ଗର ଲୋକେ ସ୍ବାଗତ କରିଛନ୍ତି।

ରଥଯାତ୍ରା ପାଇଁ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ପୁରୀରେ ସୃଷ୍ଟି ହୋଇଥିଲା ଅଭୂତପୂର୍ବ ପରିବେଶ। ବହୁଲୋକ ବଡ଼ଦାଣ୍ଡରେ ବସି ଶ୍ରୀଜୀଉଙ୍କୁ ହାତଯୋଡି ପ୍ରାର୍ଥନା କରିଥିଲେ। ସେମାନଙ୍କ ଆଖିଲୁହ ଛଳ ଛଳ ହୋଇପଡିଥିଲା। ଶ୍ରୀଜଗନ୍ନାଥ ସେନା, ମୁକ୍ତିମଣ୍ଡପ, ବ୍ରାହ୍ମଣ ମହାସଭା, ମାରୁତିସେନା ଏବଂ ନୃତ୍ୟଶିଳ୍ପୀ ସଂଘ ପକ୍ଷରୁ ଦୀପଦାନ କରାଯାଇଥିଲା। ପୂଜ୍ୟପୂଜା ସଂସଦ ତରଫରୁ ଜନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ଆଉକିଛି ସଂଗଠନ ଶ୍ରୀବିଷ୍ଣୁ ସହସ୍ରନାମ ପାଠ କରିଥିଲେ। ରଥଖଳାଠାରୁ ଶ୍ରୀମନ୍ଦିର ସିଂହଦ୍ବାର ଅଞ୍ଚଳ ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରା ଦେଖିବାକୁ ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥମାନେ ବଡ଼ଦାଣ୍ଡରେ ଭଜନ କୀର୍ତ୍ତନ କରିଥିଲେ। ରଥଯାତ୍ରା ସପକ୍ଷରେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଏବଂ ରାଜ୍ୟ ସରକାରଙ୍କ ଓକିଲ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରୁଥିବା ଖବର ଶୁଣି ଭକ୍ତମାନେ ଆନନ୍ଦରେ ବିଭୋର ହୋଇଯାଇଥିଲେ। ରଥଯାତ୍ରା ପାଇଁ କୋର୍ଟ ଅନୁମତି ଦେବାପରେ ଶହ ଶହ ଲୋକ ବଡ଼ଦାଣ୍ଡରେ ନାଚୁଥିବା ଦେଖିବାକୁ ମିଳିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories