www.samajalive.in
Thursday, December 11, 2025
15.1 C
Bhubaneswar

ଚୀନ୍‌ ନିର୍ମିତ ସରଞ୍ଜାମ ବ୍ୟବହାର ବନ୍ଦ କଲା ଭାରତୀୟ ଭାରୋତ୍ତୋଳନ ମହାସଂଘ

ନୂଆଦିଲ୍ଲୀ : ଗଲୱାନରେ ଚୀନ୍‌ ସେନା ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍‌ ନିର୍ମିତ ସାମଗ୍ରୀ ବ୍ୟବହାର ବନ୍ଦ ପାଇଁ ଭାରତର ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ଚୀନ୍‌ ନିର୍ମିତ ସରଞ୍ଜାମ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଭାରୋତ୍ତୋଳନ ମହାସଂଘ।

ଚୀନ୍‌ କମ୍ପାନୀ ‘ଜେଡ୍‌କେସି’ ଠାରୁ ବିଭିନ୍ନ ଭାରୋତ୍ତୋଳନ ସାମଗ୍ରୀ ଆମଦାନୀ କରିଥିଲା ଭାରତୀୟ ଭାରୋତ୍ତୋଳନ ମହାସଂଘ। ତେବେ ଏସବୁ ସାମଗ୍ରୀ ନିମ୍ନମାନର ଥିବା ଦର୍ଶାଇ ଭାରତୀୟ ଭାରୋତ୍ତୋଳନ ମହାସଂଘ ଏଗୁଡ଼ିକର ବ୍ୟବହାର ବନ୍ଦ କରି ଦେଇଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ଭାରୋତ୍ତୋଳନ ମହାସଂଘର ସାଧାରଣ ସମ୍ପାଦକ ସହଦେବ ଯାଦବ କହିଛନ୍ତି ସମସ୍ତେ ଚୀନ୍‌ ନିର୍ମିତ ସାମଗ୍ରୀ ବ୍ୟବହାର ବନ୍ଦ କରିବା ଉଚିତ୍‌। ଭାରତୀୟ ଭାରୋତ୍ତୋଳନ ମହାସଂଘ ମଧ୍ୟ ଚୀନ୍‌ ନିର୍ମିତ ସାମଗ୍ରୀ ବ୍ୟବହାର କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଭାରତ କିମ୍ବା ଅନ୍ୟ ଯେକୌଣସି ଦେଶରେ ନିର୍ମିତ ସରଞ୍ଜାମ ବ୍ୟବହାର ପାଇଁ ମହାସଂଘ ନିଷ୍ପତ୍ତି ନେଇଛି। ଏ ସଂପର୍କରେ ମହାସଂଘ ତରଫରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଜଣାଇ ଦିଆଯାଇଛି।

- Advertisement -

ସେହିପରି ନିଜ ପ୍ରତିକ୍ରିୟାରେ ଜାତୀୟ ପ୍ରଶିକ୍ଷକ ବିଜୟ ଶର୍ମା କହିଛନ୍ତି ଚୀନ୍‌ରୁ ଆସିଥିବା ସାମଗ୍ରୀ ନିମ୍ନମାନର ଥିଲା, ଯାହାକୁ ବ୍ୟବହାର କରାଯାଇ ପାରିବ ନାହିଁ। ଗଲୱାନ୍‌ ଘଟଣା ପରେ ଚୀନ୍‌ ନିର୍ମିତ ସରଞ୍ଜାମ ବ୍ୟବହାର କରିବାକୁ ଭାରୋତ୍ତୋଳନକାରୀମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଥିସହ ସେମାନେ ଚୀନ୍‌ରେ ପ୍ରସ୍ତୁତ ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ ବ୍ୟବହାର ବନ୍ଦ କରି ଦେଇଛନ୍ତି। ଚୀନ୍‌ରୁ କାହିଁକି ସରଞ୍ଜାମ ଆମଦାନୀ ହେଲା ବୋଲି ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି ଟୋକିଓ ଅଲିମ୍ପିକ୍‌ସରେ ଚୀନ୍ ନିର୍ମିତ ସାମଗ୍ରୀ ବ୍ୟବହାର କରାଯିବାର ଅଛି। ତେଣୁ ଭାରତୀୟ ଭାରୋତ୍ତୋଳନ ମହାସଂଘ ତରଫରୁ ଚୀନ୍‌ ନିର୍ମିତ ସାମଗ୍ରୀ ବ୍ୟବହାର କରି ଭାରୋତ୍ତୋଳନକାରୀଙ୍କୁ ଅଭ୍ୟାସ କରାଇବାକୁ ନିଷ୍ପତ୍ତି ହୋଇଥିଲା। ଚୀନ୍‌ରୁ ପ୍ରଥମଥର ପାଇଁ ମହାସଂଘ ସରଞ୍ଜାମ ଆମଦାନୀ କରିଥିଲା। ସରଞ୍ଜାମ ଗୁଡ଼ିକ ନିମ୍ନଧରଣର ହୋଇଥିବାରୁ ଆଗାମୀ ଦିନରେ ମହାସଂଘ ଚୀନ୍‌ରୁ କୌଣସି ପ୍ରକାର ସରଞ୍ଜାମ ଆମଦାନୀ କରିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ବର୍ତ୍ତମାନ ମହାସଂଘ ନିକଟରେ ଭାରତ ଓ ସ୍ବିଡେନ୍‌ କମ୍ପାନୀ ଦ୍ବାରା ପ୍ରସ୍ତୁତ ସରଞ୍ଜାମ ଥିବାରୁ ଚୀନ୍‌ ନିର୍ମିତ ସରଞ୍ଜାମ ବ୍ୟବହାରର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories