ପୁରୀ : ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ ବୈଠକ ଗୁରୁବାର ପୁରୀ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ପ୍ରଶାସକ ପି.କେ ମହାପାତ୍ର, କେନ୍ଦ୍ରାଞ୍ଚଳ ଆରଡିସି ଏ.କେ ସାମଲ, ଜିଲାପାଳ ବଲୱନ୍ତ ସିଂହ, ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସପି ଡ.ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ରଥଯାତ୍ରା କିପରି ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି।
Popular Categories



