www.samajalive.in
Saturday, December 13, 2025
26.1 C
Bhubaneswar

ଈଶ୍ଵରଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେଲେ ବିଧାୟକ

ବିଜୟନଗର: କୌଣସି ବିଧାୟକ କିମ୍ବା ସାଂସଦ ଯେତେବେଳେ ପଦ ଓ ଗୋପନୀୟତାର ସହିତ ଶପଥ ନିଅନ୍ତି, ସେତେବେଳେ ଈଶ୍ଵରଙ୍କ ନାମ ନେଇଥାନ୍ତି। କନ୍ତୁ ଆନ୍ଧ୍ରପ୍ରଦେଶର ଜଣେ ନବନିର୍ବାଚିତ ବିଧାୟକ ଈଶ୍ଵରଙ୍କ ବଦଳରେ ୱାଇଏସଆର କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନାମ ନେଇ ଶପଥ ଗ୍ରହଣ କରିଛନ୍ତି। ଏହା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିଧାୟକଙ୍କ ନାଁ ହେଉଛି କୋଟମରେଡ୍ଡୀ ଶ୍ରୀଧର ରେଡ୍ଡୀ। ସେ ଆନ୍ଧ୍ରପ୍ରଦେଶ ନେଲୋର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ନିଜର ବିଶ୍ଵସନୀୟତା ଦେଖାଇବା ଲାଗି ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେବା ପରେ ତୁରନ୍ତ କାମଚଳା ବାଚସ୍ପତି ସମ୍ବାଗୀ ଅପ୍ପାଲା ନାଇଡୁ ତାଙ୍କୁ ପୁନର୍ବାର ଶପଥ ନେବାକୁ କହିଥିଲେ। ଏହା ପରେ ସେ ପୁଣି ଥରେ ଈଶ୍ଵରଙ୍କ ନାମରେ ଶପଥ ନେଇଥିଲେ।

ଶ୍ରୀଧର ରେଡ୍ଡୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଭଗବାନ। ତେଣୁ ସେ ଭାବବିହ୍ବଳ ହୋଇ ନିୟମରୁ ବାହାରି ଶପଥ ନେଇଥିଲେ। ମୁଁ ଏପରି ଏକ ଗରିବ ପରିବାରକୁ ଆସିଛି ଯାହାର କୌଣସି ରାଜନୈତିକ କିମ୍ବା ଅର୍ଥନୈତିକ ପୃଷ୍ଠଭୂମି ନାହିଁ। ସେହି ଆହୁରି କହିଛନ୍ତି, ଜଗନ ମୋତେ ଦୁଇଥର ବିଧାୟକ କରାଇଛନ୍ତି। ତାଙ୍କ ନାମରେ ଶପଥ ନେବା ପଛରେ ମୋର କୌଣସି ପଦବୀ ପାଇବାର ଅଭିଳାଶ ନାହିଁ। ଗତ ୫ବର୍ଷରେ ମୁଁ ମୋର ସମସ୍ତ ଦରମା ଗରିବ ପିଲାଙ୍କୁ ବାଣ୍ଟି ଦେଇଛି। ଯଦି ମୁଁ ମୋ ନେତାଙ୍କୁ ଭଗବାନ ବୋଲି ମାନୁଛି, ତେବେ ସେଥିରେ ଭୁଲ କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories