www.samajalive.in
Tuesday, November 18, 2025
16.1 C
Bhubaneswar

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୧ କିଲୋଗ୍ରାମ ସୁନା

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧ କିଲୋଗ୍ରାମ ସୁନା ମିଳିଛି। ଗୋଟିଏ ଦିନରେ ହୁଣ୍ଡିରୁ ଏତେ ପରିମାଣର ସୁନା ଗହଣା ମିଳିବା ପ୍ରଥମ ଘଟଣା ବୋଲି ଜଣାପଡିଛି। ଆଜି ହୁଣ୍ଡିରୁ ପ୍ରାୟ ୬ ଲକ୍ଷ ୨୮ ହଜାର ୨୩୭ ଟଙ୍କା ଦାନ ହିସାବରେ ମିଳିଥିବା ବେଳେ ଏକ କିଗ୍ରା ୮୦୦ ମିଲିଗ୍ରାମ ସୁନା ଓ ଏକ ଗ୍ରାମ ୨୦୦ ମିଲିଗ୍ରାମ ରୁପା ଦାନରେ ପ୍ରାପ୍ତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ହୁଣ୍ଡି ଗଣତି ସମୟରେ ଏହି ଦାନ ଟଙ୍କା ଓ ସୁନା ରୁପା ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପୁରୀ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ସାଧ୍ୟମତେ ଦାନ କରିଥାନ୍ତି। ଏହି ଦାନରେ ଅର୍ଥ ସମେତ ସୁନା ଓ ରୁପା ଭଳି ଦ୍ରବ୍ୟ ମଧ୍ୟ ଭକ୍ତମାନେ ଦାନ କରିଥାନ୍ତି। ପ୍ରତ୍ୟେକ ଦିନ ସେହି ହୁଣ୍ଡିରେ ଯେଉଁ ଅର୍ଥ କିମ୍ବା ଦ୍ରବ୍ୟ ସଂଗୃହିତ ହୁଏ, ସେ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥାଏ।

ଆଇପିଏସ ଡିଏସ୍‌ କୁଟ୍ଟେ ନିଲମ୍ବିତ, ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ନିର୍ଦ୍ଦେଶ

- Advertisement -

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories