www.samajalive.in
Friday, December 12, 2025
16.1 C
Bhubaneswar

ଶୀଘ୍ର ଖୋଲିବ ଶ୍ରୀମନ୍ଦିର, ୪ରେ ନିଷ୍ପତ୍ତି

ପୁରୀ: ଭକ୍ତଙ୍କ ପାଇଁ ଖୁବ୍‌ଶୀଘ୍ର ଖୋଲିବ ଶ୍ରୀଜଗନ୍ନାଥ ମନ୍ଦିର। ଆଗାମୀ ୪ତାରିଖ ବୈଠକ ପରେ ଆନୁଷ୍ଠାନିକ ଭାବେ ଘୋଷଣା କରିବ ଶ୍ରୀମନ୍ଦିର ପ୍ରଶାସନ। ଜିଲା ପ୍ରଶାସନ, ପୁଲିସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀ ଏବଂ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ। ତାହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଉଛି।
ସୂଚନା ଅନୁଯାୟୀ ଦର୍ଶନାର୍ଥୀଙ୍କ ପାଇଁ ସାମାଜିକ ଦୂରତ୍ବ ଏବଂ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ କରାଯିବ। ରାଜ୍ୟ ବାହାର ଲୋକଙ୍କ ପାଇଁ ଦୁଇଟି କରୋନା ଟିକା କିମ୍ବା କରୋନା ସଂକ୍ରମିତ ହୋଇନଥିବା ଡାକ୍ତରୀ ଚିଠା ତନଖି ବ୍ୟବସ୍ଥା ଲାଗୁ କରାଯିବ। ସିଂହଦ୍ବାର ଦେଇ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ପ୍ରବେଶ କରିବେ। ଅନ୍ୟ ତିନୋଟି ଦ୍ବାରଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯିବ। ବାହାର କାଠ ପାଖରେ ଛିଡାହୋଇ ଲୋକେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇବାକୁ ଅନୁମତି ଦିଆଯିବ କି ନାହିଁ ସେଥିନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ର​‌େବଶ ବନ୍ଦ ଯୋଗୁଁ ସେବାୟତଙ୍କ ଦାନଦକ୍ଷିଣା ଆୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନର ହୁଣ୍ଡି ଆୟ ପ୍ରାୟ​ ୮୫% ହ୍ରାସ ପାଇଛି। ପୁରୀ ସହର‌ର ଅର୍ଥନୀତି ବିପର୍ଯ୍ୟନ୍ତ ହୋଇପଡିଛି। ତେଣୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। ଭକ୍ତଙ୍କ ପ୍ରବେଶ ଅନୁମତି ସମ୍ପର୍କରେ ଆଲୋଚନା ପାଇଁ ୪ତାରିଖରେ ମନ୍ଦିର ପ୍ରଶାସନ ବୈଠକ ଡାକିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories