ନବରଙ୍ଗପୁର: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଓଡିଶା ଆନୁକୂଲ୍ୟରେ ନବରଙ୍ଗପୁର ଶାଖା ତରଫରୁ କ୍ରାନ୍ତି ସଂସ୍କୃତି ଓ ସମ୍ଭାବନା ବିଷୟ କ୍ରମରେ ଚଳିତ ମାସ ରେ ଉପାନ୍ତ ଅଂଚଳରେ ମାତୃ ଭାଷାରେ ଶିକ୍ଷା ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଓପେପା ଜିଲ୍ଲା ଯୋଜନା ସଂଯୋଜକ ଡ଼ଃ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ପୌରାହିତରେ ଆୟୋଜିତ ଆଜି ଏହି କାର୍ଯ୍ୟକ୍ରମରେ ସଂଯୋଜକ ପ୍ରଫୁଲ୍ଲ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାପତି ଡ଼ଃ ଷଡ଼ଙ୍ଗୀ ନବରଙ୍ଗପୁର ଜିଲ୍ଲାର ଗାରିମା ଏହି ଜିଲ୍ଲା ସହିତ ଜଡିତ କ୍ରାନ୍ତି, ସଂସ୍କୃତି ଓ ସମ୍ଭାବନାର ବିଭିନ୍ନ ଦିଗ ଉପରେ ସଂକ୍ଷେପରେ ଆଲୋକପାତ କରିଥିଲେ।
ଅନ୍ୟତମ ଅତିଥି ଡ଼ଃ ପ୍ରଦୀପ କୁମାର ମିଶ୍ର ଜିଲ୍ଲାର ଉପାନ୍ତ ଅଂଚଳରେ ମାତୃଭାଷାର ଶିକ୍ଷାଦାନର ଆବଶ୍ୟକତା, ସମ୍ଭିଧାନିକ ବ୍ୟବସ୍ଥା, ବିଦ୍ୟାଳୟ ସ୍ତରରେ ମାତୃଭାଷାରେ ଶିକ୍ଷାଦାନର ବିବିଧ ସମସ୍ୟା ଓ ସେ ସବୁର ସମାଧାନ କିପରି ହେବ ସେ ବିଷୟରେ କହିଥିଲେ। ଏହିପରି କାର୍ଯ୍ୟକ୍ରମକୁ ପ୍ରତିମାସ ୩୦ ତାରିଖରେ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଶେଷରେ ଶିକ୍ଷାବିତ ରତିକାନ୍ତ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନରେଶ ଚନ୍ଦ୍ର ପଟନାୟକ, ରାଜୀବ ପଣ୍ଡା, ଏବଂ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଉମରକୋଟର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।



