www.samajalive.in
Thursday, December 11, 2025
18.1 C
Bhubaneswar

ଆଠଗଡ ବିକାଶ ମଞ୍ଚ ପକ୍ଷରୁ ରାଧାନାଥ ବିଦ୍ୟାପୀଠରେ ତୁଣ୍ଡି, ବିଶୋଧକ ବଣ୍ଟନ

ଗୁରୁଡିଝାଟିଆ: ଖୁଣ୍ଟୁଣୀସ୍ଥିତ ରାଧାନାଥ ବିଦ୍ୟାପୀଠରେ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ତୁଣ୍ଡି, ବିଶୋଧକ, ଅମ୍ଲଜାନସ୍ତର ମାପିବା ଯନ୍ତ୍ର , ଉତ୍ତାପ ମାପିବା ଯନ୍ତ୍ର ଆଦି ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଆଜି ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକ ସୌମେନ୍ଦ୍ର ପଣ୍ଡାଙ୍କୁ ଉପରୋକ୍ତ କରୋନା ପ୍ରତିହତ କରିବା ସାମଗ୍ରୀ ପ୍ରଦାନ କରିବା ସହିତ ବିଦ୍ୟାର୍ଥୀମାନେ ଯେଭଳି କରୋନା ନିୟମକୁ ମାନି ଚଳିବେ, ସେଥିପ୍ରତି ଦୃଷ୍ଟିଦେବା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ସାମଲ, ରମେଶ ଦାସଙ୍କ ସହିତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ବିକାଶ ମଞ୍ଚର ଏଭଳି ମାନବୀୟ କାର୍ଯ୍ୟକୁ ଶିକ୍ଷାନୁଷ୍ଠାନ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories