www.samajalive.in
Friday, December 5, 2025
20.1 C
Bhubaneswar

ପୁରୀରେ ସ୍ୱାଭାବିକ ଅବସ୍ଥା ଫେରାଇବାକୁ ପୁଲିସ ଚେଷ୍ଟା କରୁଛି: ଡିଜି

କଟକ : ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ବୁଧବାର ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। କେତେକ ଆନ୍ଦୋଳନକାରୀ ବ୍ୟାପକ ଭଙ୍ଗାରୁଜା କରିବାରୁ ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିବାଦକାରୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ପୁରୀ ଅଶାନ୍ତ ହୋଇପଡିଛି। ଏହାକୁ କେନ୍ଦ୍ରକରି ପୁଲିସ ମୁଖ୍ୟାଳୟରେ ଡିଜିପି ଡ. ଆର.ପି. ଶର୍ମା ବରିଷ୍ଠ ଅଧିକାରୀଙ୍କ ସହ ଘଟଣା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଡିଜିପି ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆନ୍ଦୋଳନକାରୀଙ୍କ ବେଆଇନ୍‍ କାର୍ଯ୍ୟ ସୀମା ଟପିଛି। ସେମାନେ ସରକାରୀ କାର୍ଯ୍ୟାଳୟର ସମ୍ପତ୍ତି ନଷ୍ଟ କରିବା ସହ ମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଜିଲାପାଳ, ଶ୍ରୀମନ୍ଦିରର
ପ୍ରଶାସନିକ କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ଆସିଛି।
ପ୍ରତିବାଦକାରୀଙ୍କ ଆକ୍ରମଣରେ ୮ ରୁ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ପୁଲିସ ସହରରେ ଫ୍ଲାଗମାର୍ଚ୍ଚ କରିଛି। ସେଠାରେ ୩ ପ୍ଲାଟୁନ ଓଡିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ (ଓସାଫ୍‍) ମୁତୟନ ରହିଛନ୍ତି। ଏହି ଘଟଣାରେ ଥାନାରେ ରୁଜୁ କରାଯାଇଥିବା ମାମଲା ସଂକ୍ରାନ୍ତରେ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଦୋଷୀ ଯିଏ ହେଉନା କାହିଁକି ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ଶର୍ମା ସୂଚନା ଦେଇଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories