www.samajalive.in
Saturday, December 6, 2025
19.1 C
Bhubaneswar

ଦାମ ଗଢ଼ିବେ ନୂଆ ରାଜନୈତିକ ଦଳ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନୂଆ ରାଜନୈତିକ ଦଳ ଗଠନ କରିବେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନୂଆ ଦଳ ଗଠନକୁ ଦାମ ଅସ୍ୱୀକାର କରିନାହାନ୍ତି। ଚଳିତମାସ ଶେଷ ଆଡ଼କୁ ଏହା ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଦାମ କହିଛନ୍ତି, ବିଜେଡିରୁ ବିତାଡ଼ିତ ଏବଂ ଅସନ୍ତୁଷ୍ଟ ଅନେକ ନେତା ନୂଆ ଦଳ ଗଠନ କରିବାକୁ କହୁଛନ୍ତି। ତେବେ ଦଳ ଗଠନ କରିବା ସହଜ ନୁହେଁ। ଯେଉଁମାନେ ନୂଆ ଦଳ ଗଠନ ସପକ୍ଷରେ ଅଛନ୍ତି ସେମାନଙ୍କ ସହ ବସି ଆଲୋଚନା କରିବା ପରେ କ’ଣ କରାଯାଇପାରିବ ତାହା ଜଣାପଡ଼ିବ। ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ମାନୁଥିବା ଲୋକଙ୍କୁ ନେଇ ବିଜୁଙ୍କ ନାମରେ ଦଳ ଗଠନ କରାଯିବ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି। ଏକାଠି ବସି ଆଲୋଚନା କରିବା ପରେ ଦଳ ଗଠନ କଥା ବିଚାର କରିପାରୁ ବୋଲି ସେ ପ୍ରକାଶ କରିଛନ୍ତି।
ନୂଆ ଦଳ ଗଠନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ଦାମ ଆଲୋଚନା କରିଥିବା ପ୍ରସଙ୍ଗରେ ବୈଜୟନ୍ତ ପ୍ରତିକ୍ରିୟା ରଖିଛନ୍ତି। ବୈଜୟନ୍ତ ଟୁଇଟରେ କହିଛନ୍ତି, ମୋ ପାଇଁ ସବୁ ଦ୍ୱାର ଉନ୍ମୁକ୍ତ ଅଛି।
ଯେତେବେଳେ ମୁଁ ମୋ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବି ସେତେବେଳେ ଲୋକମାନଙ୍କୁ କାହା ମାଧ୍ୟମରେ
ନଜଣାଇ ନିଜେ ଅବଗତ କରାଇବି। ଅନ୍ୟପକ୍ଷରେ ଦୁଇ ମାସ ମଧ୍ୟରେ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସମ୍ଭାବନା ଥିବା ବିଜେପି ନେତା ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି। ଦାମଙ୍କ ନୂଆଦଳ ଗଠନକୁ ନେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହା ତାଙ୍କର ବାଚଳାମି ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଏବେ ଦାମ ବିଭିନ୍ନ ଅଞ୍ଚଳ ଗସ୍ତ କରି ଜନସମାବେଶରେ ସରକାରୀ ଦଳର ନେତାଙ୍କୁ ଖୋଲା ସମାଲୋଚନା କରୁଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories