www.samajalive.in
Saturday, December 6, 2025
26.1 C
Bhubaneswar

ମହାପ୍ରଭୁଙ୍କ ଅନୁମତି ନେଇ ଖୋଲାଯିବ ରତ୍ନଭଣ୍ଡାର, ଡାକ୍ତରୀ ଦଳ ଓ ସ୍ନେକ୍‌ ହେଲ୍‌ପ ଲାଇନ ପ୍ରସ୍ତୁତ

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କ ଠାରୁ ଅନୁମତି ନିଆଯିବ। ରତ୍ନଭଣ୍ଡାର ସୁରକ୍ଷା ଦାୟିତ୍ବରେ ଥିବା ପ୍ରଭୁ ଶ୍ରୀଲୋକନାଥଙ୍କ ସମେତ ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କୁ ପୂଜାର୍ଚ୍ଚନା କରାଯିବ। ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରତ୍ନଭଣ୍ଡାର ଖୋଲିବାକୁ ଯିବେ। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯିବ। ଏହା ଭିତର ଦେଇ ଭିତର ରତ୍ନଭଣ୍ଡାର ଖୋଲିବାକୁ କମିଟିର ସଦସ୍ୟମାନେ ଯିବେ। ପ୍ରାୟ ଚାରି ଦଶନ୍ଧି ପରେ ଭିତର ରତ୍ନଭଣ୍ଡାର ଖୋଲା ଯାଉଥିବାରୁ ଭିତରେ ସାପ ଥିବାର ସମ୍ଭାବନା ରହିଛି। ତେଣୁ ଏକ ଡାକ୍ତରୀ ଦଳ ସମେତ ସ୍ନେକ୍‌ ହେଲପ୍‌ ଲାଇନ୍‌ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଭିତରକୁ ଡକାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ କହିଛନ୍ତି।

ରତ୍ନଭଣ୍ଡାର ତାଲା ଭାଙ୍ଗିବା ପାଇଁ ଆବଶ୍ୟକ ସାମଗ୍ରୀ ସହ ଜଣେ ବ୍ୟକ୍ତିଙ୍କୁ ପ୍ରସ୍ତୁତ କରି ରଖାଯାଇଛି। ରତ୍ନଭଣ୍ଡାର ଭିତରକୁ ଯିବାପାଇଁ ଏକ ସବ୍‌କମିଟି ଗଠନ କରାଯାଇଛି। ରତ୍ନଭଣ୍ଡାର ବାହାର କାନ୍ଥଦେଇ ଭିତରେ ପାଣି ଗଳୁଥିବା ଲେଜର ସ୍କାନିଂ ରିପୋର୍ଟରୁ ଜଣାପଡ଼ିଛି। ତେଣୁ ତାଲା ଖୋଲି ଭିତରେ ପ୍ରବେଶ ପରେ ପ୍ରଥମେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି। ରତ୍ନଭଣ୍ଡାର ଚାବି ଖୋଲିବାଠାରୁ ମରାମତି ଏବଂ ଗଣତିମଣତି ସମସ୍ତ କାର୍ଯ୍ୟର ଭିଡିଓ ରେକର୍ଡିଂ କରାଯିବ। ରତ୍ନଭଣ୍ଡାର ଖୋଲିବା ପାଇଁ ମନୋନୀତ ଅଧିକାରୀ ଏବଂ ବ୍ୟକ୍ତିମାନେ ନୂତନ ଧୋତି, ଗାମୁଛା କିମ୍ବା ପାଟମଠା ପରିଧାନ କରିବେ। ରତ୍ନଭଣ୍ଡାର ଗଣତିମଣତି ଏବଂ ମରାମତି ଶେଷ ହେବା ପର୍ଯ୍ୟନ୍ତ ସେମାନେ ହବିଷବ୍ରତ ପାଳନ କରିବେ। ଏହି କାର୍ଯ୍ୟରେ ସହଯୋଗ କରିବା ପାଇଁ ସବୁ ସେବକ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ରତ୍ନଭଣ୍ଡାର ଖୋଲିବାକୁ ଯିବା ପୂର୍ବରୁ ମନୋନୀତ କମିଟିର ସଦସ୍ୟ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ଆଲୋଚନା ପରେ ସମସ୍ତେ ଏକାଠି ଶ୍ରୀମନ୍ଦିର ଭିତରକୁ ଯିବାକୁ ସ୍ଥିର କରାଯାଇଛି। ଅସ୍ଥାୟୀ ରତ୍ନଭଣ୍ଡାର ବାହାରେ କ୍ଲୋଜସର୍କିଟ୍‌ କ୍ୟାମେରା ଲଗାଯିବ। ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଜ୍ୟ ସରକାର ଅନୁମୋଦନ କରିଥିବା ମାର୍ଗଦର୍ଶିକା (ଏସ୍‌ଓପି) କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ତେବେ କେତେଦିନ ଭିତର ରତ୍ନଭଣ୍ଡାର ମରାମତି ଏବଂ ମୂଲ୍ୟବାନ ଅଳଙ୍କାର ଗୁଡ଼ିକର ଗଣତିମଣତି କରାଯିବ ସେଥିନେଇ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇ ନାହିଁ। ଏଥିପାଇଁ ରାଜ୍ୟ ସରକାର ମନ୍ଦିର ପ୍ରଶାସନକୁ ସମ୍ପୂର୍ଣ୍ଣ କ୍ଷମତା ଦେଇଛନ୍ତି। ରାଜ୍ୟ ସରକାର ଗଠନ କରିଥିବା ତଦାରଖ କମିଟିର ୨ଜଣ ସଦସ୍ୟଙ୍କୁ ରତ୍ନଭଣ୍ଡାର ଖୋଲିବା କମିଟିରେ ସାମିଲ କରାଯାଇଛି।

ଶେଷ ହେବ ଅପେକ୍ଷା, ଆଜି ଖୋଲିବ ରତ୍ନଭଣ୍ଡାର

- Advertisement -

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories