www.samajalive.in
Sunday, December 7, 2025
16.1 C
Bhubaneswar

ଶେଷ ହେବ ଅପେକ୍ଷା, ଆଜି ଖୋଲିବ ରତ୍ନଭଣ୍ଡାର

ପୁରୀ: ଆଜି ଖୋଲାଯିବ ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର। ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଅବସରପ୍ରାପ୍ତ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ତଦାରଖ କମିଟି ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା (ଏସ୍‌ଓପି)କୁ ଅନୁମୋଦନ କରିଛନ୍ତି ସରକାର। ଅଧ୍ୟକ୍ଷ ଶ୍ରୀ ରଥ କହିଛନ୍ତି, ଆଜି ଦିନ ଗୋଟାଏ ପରେ ଶୁଭ ସମୟ ଅଛି। ତେଣୁ ୧ଟାରୁ ୧.୩୦ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରାଯିବ। ସମସ୍ତ ପ୍ରକ୍ରିୟାର ପ୍ରାମାଣିକ ତଥ୍ୟ ପ୍ରସ୍ତୁତି ଡିଜିଟାଲାଇଜେସନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଉପସ୍ଥିତ ରହିବେ। ଜିଲା କୋଷାଗାରରେ ୨୦୧୮ ମସିହାରୁ ରହିଥିବା ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ଅଣାଯାଇଛି। ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି । ସେଥିରେ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଏଏସ୍‌ଆଇ ଅଧୀକ୍ଷକ, ପରିଚାଳନା କମିଟି ସଭ୍ୟ ଏବଂ ଭଣ୍ଡାର ମେକାପ ପ୍ରମୁଖ ରହିଛନ୍ତି। ଏହାଛଡ଼ା ଭିତର ରତ୍ନଭଣ୍ଡାର ଖୋଲାଯିବା ସମୟରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ରଥ ରହିବା ସମ୍ଭାବନା ରହିଛି । ଡୁପ୍ଲିକେଟ୍‌ ଚାବିରେ ଯଦି ଭିତର ରତ୍ନଭଣ୍ଡାର ତାଲା ନଖୋଲେ ତେବେ ଭାଙ୍ଗି ଦିଆଯିବ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯିବ। ଆବଶ୍ୟକ ମରାମତି ପାଇଁ ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ନିକଟସ୍ଥ ଅନ୍ୟ ଏକ କୋଠରିକୁ ସ୍ଥାନାନ୍ତର କରାଯିବ। ଭିତର ରତ୍ନଭଣ୍ଡାରରେ ଆଲୋକ ବ୍ୟବସ୍ଥା କରାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୂଲ୍ୟବାନ ଅଳଙ୍କାରଗୁଡ଼ିକ ଗଣତି ମଣତି କରାଯିବ। ୧୯୭୮ର ଗଣତି ରିପୋର୍ଟକୁ ଭିତ୍ତିକରି ରତ୍ନ ଅଳଙ୍କାରଗୁଡ଼ିକୁ ମେଳକ କରାଯିବ। ରତ୍ନ ଅଳଙ୍କାରଗୁଡ଼ିକର ମାନ ପରୀକ୍ଷା ପାଇଁ ଧାତୁ ବିଶେଷଜ୍ଞ ଏବଂ ଅଭିଜ୍ଞ ବଣିଆଙ୍କୁ ନିୟୋଜିତ କରାଯାଇଛି।

- Advertisement -

ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶନିବାର ଏ ସମ୍ପର୍କରେ ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ରତ୍ନଭଣ୍ଡାର ମରାମତି ସମେତ ଗହଣା ଗଣତି ମଣତି ସମୟରେ ଜଗମୋହନକୁ ଯିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ବାହାର କାଠ ପାଖରେ ରହି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ମାର୍ଗଦର୍ଶିକା କାର୍ଯ୍ୟକାରୀ ସମେତ ରତ୍ନଭଣ୍ଡାର ଖୋଲାଯିବା ପଦ୍ଧତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ଆବଶ୍ୟକତା ଅନୁଯାୟୀ ଭିତର ରତ୍ନଭଣ୍ଡାର ମରାମତି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ମୁଖ୍ୟ ପ୍ରଶାସକଙ୍କୁ କ୍ଷମତା ପ୍ରଦାନ କରାଯାଇଥିବା ଆଇନ ମନ୍ତ୍ରୀ କହିଛନ୍ତି । ରତ୍ନଭଣ୍ଡାର ଖୋଲାଯିବା ସମୟରେ ପ୍ରଭୁଙ୍କ ଦର୍ଶନ ଏବଂ ନୀତିକାନ୍ତିରେ ଯେପରି ବାଧା ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories