କେମିତି କଟିବ ଏ ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ

ମେଷ: ରବିବାର ଓ ସୋମବାର ସତର୍କତା ଅବଲମ୍ବନ କରିବା ବାଞ୍ଛନୀୟ। ମନାନ୍ତର ଦେଖାଦେବ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର ସୌଖୀନ ଦ୍ରବ୍ୟ କିଣିବେ। ବନ୍ଧୁ ସହଯୋଗ ଲାଭ ହେବ। ଶନିବାର ସୃଜନଶୀଳ ପ୍ରତିଭାର ବିକାଶ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବଗଳାମୁଖୀ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଓ ସୋମବାର ଅଟକିଥିବା କାର୍ଯ୍ୟ ସାରିବା ପାଇଁ ଚେଷ୍ଟା କରିବେ। ଦୂରଦେଶରୁ ସୁସମ୍ବାଦ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ପ୍ରତିଟି ପଦକ୍ଷେପରେ ସାବଧାନତା ଲୋଡ଼ା। ବାକ୍‌ ସଂଯମତା ରକ୍ଷା କରନ୍ତୁ। ଗୁରୁବାର ଓ ଶୁକ୍ରବାର ପାରିବାରିକ ଶାନ୍ତି ଲାଭ ହେବ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ଶନିବାର ମଧ୍ୟମ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଶିବସ୍ତୋତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ସ୍ତ୍ରୀ ହେତୁକ ଧନଲାଭ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳନ୍ତୁ। ଦୁର୍ଘଟଣାର ସମ୍ମୁଖୀନ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ଆନନ୍ଦିତ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ବିବାଦରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସହ ମନାନ୍ତର ଦେଖାଦେବ। ମଙ୍ଗଳବାର ଓ ବୁଧବାର ପିଲାଙ୍କ କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ଦୂରଦେଶକୁ ଯାତ୍ରା କରିପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଶାରୀରିକ ଅସୁସ୍ଥତା ଦେଖାଦେବ। କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ପରିଲକ୍ଷିତ ହେବ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ଭୁବନେଶ୍ବରୀଙ୍କ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ହେବେ। ଅଯଥା ଖର୍ଚ୍ଚାନ୍ତ ହେତୁ ବ୍ୟଥିତ ଓ ବିବ୍ରତ ହେବେ। ମଙ୍ଗଳବାର ଓ ବୁଧବାର ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। କୃଷିଜାତ ଦ୍ରବ୍ୟରୁ ଲାଭପ୍ରାପ୍ତି ହେବ। ଗୁରୁବାର ଓ ଶୁକ୍ରବାର ଉଦ୍ୟମେ କାର୍ଯ୍ୟରେ ସଫଳତା ପ୍ରାପ୍ତିହେବ। ଶନିବାର ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ମାତଙ୍ଗିଙ୍କ କବଚ ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେବ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ଭ୍ରମଣ ଯୋଗ ସୃଷ୍ଟି ହେବ। ଦୂରଯାତ୍ରା କରିପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟବସାୟରେ ଆୟ ବୃଦ୍ଧି ହେବ। ଯଶ, ମାନ ଓ ଗୌରବପ୍ରାପ୍ତ କରିବେ। ସମ୍ମାନିତ ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲଳିତା ସହସ୍ରନାମ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ଆର୍ଥିକ ଅନଟନ ଦୂର ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଶତ୍ରୁ ବୃଦ୍ଧି ହେବେ। ଅଯଥା କଥାକୁ ନେଇ ବିବାଦରେ ପଡ଼ିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ଆୟ ଓ ବ୍ୟୟ ସମାନ ରହିବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ଓ ସୋମବାର କର୍ମ ଅନୁସାରେ ଫଳପ୍ରାପ୍ତି ହେବ। ପୈତୃକ ସମ୍ପତ୍ତି ପ୍ରାପ୍ତି ହେବ। ଆୟ ବୃଦ୍ଧି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଲୋକସମ୍ପର୍କ ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ଯୋଗଦେବେ। କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ଶନିବାର ସାବଧାନତା ଲୋଡ଼ା। ଦୁର୍ଘଟଣାର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ପଡ଼ୋଶୀଙ୍କ ସହ ମତଭେଦ ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତି ହେବ। ପାରିବାରିକ ଶାନ୍ତି ଦେଖାଦେବ। ଶ୍ରୀ ଯୁକ୍ତ ହେବେ। ଶୁକ୍ରବାର ଓ ଶନିବାର ନୂତନ ଯାନବାହନ କ୍ରୟ କରିପାରନ୍ତି। ଭାଗ୍ୟବାଦୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ର ନାମ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ଗୁରୁଜନଙ୍କର ଆଶୀର୍ବାଦ ପ୍ରାପ୍ତି ହେବ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ଲାଭ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଶୁକ୍ରବାର ଓ ଶନିବାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଚିଡ଼ିଚିଡ଼ା ସ୍ବଭାବ ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀକାଳୀ କର୍ପୂର ସ୍ତୋତ୍ର ପାଠ କରନ୍ତୁ।
କୁମ୍ଭ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଋଣଗ୍ରସ୍ତ ହୋଇପାରନ୍ତି। ଅର୍ଥହାନି ହୋଇପାରେ। ପାରିବାରିକ କଳହ ଦେଖାଦେବ। ବୁଧବାର ଓ ଗୁରୁବାର ଯାତ୍ରାଜନିତ ସାବଧାନତା ଲୋଡ଼ା। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ସୁସମ୍ବାଦ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଶିବଙ୍କ ସହସ୍ର ନାମ ପାଠ କରନ୍ତୁ ଓ ଶିବଙ୍କ ଉପରେ ଜଳ ଅର୍ପଣ କରନ୍ତୁ।
ମୀନ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ। ଭାଇଙ୍କ ସହଯୋଗ ପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ସ୍ତ୍ରୀ ହେତୁକ ଧନଲାଭ ହେବ। ଶୁକ୍ରବାର ଓ ଶନିବାର ପରୋପକାରୀ ହେବେ। ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀନାରାୟଣଙ୍କ କବଚ ପାଠ କରନ୍ତୁ।

Comments are closed.