www.samajalive.in
Saturday, December 6, 2025
15.1 C
Bhubaneswar

୨୩ରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ହେବ ସ୍ଥାନାନ୍ତର

ପୁରୀ : ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ । ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ। ୨୩ ତାରିଖରେ ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବା ସହ ଶ୍ରୀମନ୍ଦିର ପରିସର ନୀଳାଦ୍ରିବିହାର ମ୍ୟୁଜିୟମ ନିକଟ ଘରେ ରଖାଯିବ। ସିନ୍ଦୁକ,ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ୨୩ ତାରିଖ ଦିନ ୧ଟାଠାରୁ ସ୍ଥାନାନ୍ତରଣ ଶେଷ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଜୁଲାଇ ୧୪ ଓ ୧୮ରେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହୋଇଯାଇଛି।

ସୂଚନା ଯୋଗ୍ୟ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରାକୁ କଢ଼ାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଜୁଲାଇ ୨୯ ସୋମବାରରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ବୈଠକ ଶେଷ ହେବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଭିତର ରତ୍ନଭଣ୍ଡାରରେ ରହିଥିବା ଖାଲି ଆଲମିରାଗୁଡ଼ିକୁ ବାହାର କରାଯିବ। ଶ୍ରୀମନ୍ଦିର ପ୍ରଶାସନ ରୁମ ନିର୍ଦ୍ଧାରଣ କରି ସାରିଛି। ସେଠାକୁ ଏହି ଆଲମିରା ସ୍ଥାନାନ୍ତର କରାଯିବ। ଏହି ବିଷୟ ଏସଓପିରେ ନ ଥିଲା। ଏ ନେଇ ସରକାରଙ୍କୁ ଜଣାଇଛୁ। ଯଦି ଦରକାର ପଡ଼ିବ ଖାଲି ଆଲମିରାଗୁଡ଼ିକୁ ମରାମତି କରାଯିବ। ଲୋକଙ୍କ ଭାବାବେଗକୁ ଆମେ ଗୁରୁତ୍ବ ଦେଉଛୁ। ଭବିଷ୍ୟତରେ ଯେପରି ଦ୍ବନ୍ଦ୍ବ ନ ଆସିବ ତାହାକୁ ପ୍ରାଥମିକତା ଦିଆଯାଉଛି। ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରିବା ପାଇଁ କୁହାଯାଇଛି ବୋଲି ଜଷ୍ଟିସ ରଥ କହିଥିଲେ।

ସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories