ପୁରୀ : ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ପୁରୀ ଏସ୍ପିଙ୍କୁ ସାକ୍ଷାତ କରି କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ ମୃତକଙ୍କ ପରିବାର। ଆଜି ପୁରୀରେ ପହଞ୍ଚିବେ କ୍ରାଇମ ବ୍ରାଞ୍ଚ ଦଳ। ପୁରୀ ସଦର ଥାନାରୁ ତଦନ୍ତ ଦାୟିତ୍ଵ ଗ୍ରହଣ କରିବେ। ସଞ୍ଜୟଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି ମୃତ ଚିତ୍ତରଞ୍ଜନଙ୍କ ପତ୍ନୀ । ଦୁଇଦିନ ଧରି ଥାନାରେ ସଞ୍ଜୟଙ୍କ ଦୁଇ ସମର୍ଥକ ଜଗନ୍ନାଥ ଓ ଅରୁଣ ଅଟକ ଅଛନ୍ତି । ମୃତକଙ୍କ ପୁତୁରା ମଧ୍ୟ ଥାନାରେ ଅଟକ ଅଛନ୍ତି । ଏହାସହ ସମ୍ପୃକ୍ତ ଘଟଣାରେ ପୁଲିସ ୩୮ ଜଣଙ୍କ ମୋବାଇଲ ରେକର୍ଡ ଯାଞ୍ଚ କରୁଛି । ଚିତ୍ତରଞ୍ଜନଙ୍କୁ ପ୍ରଚୁର ମଦ ପିଆଇ ନିସ୍ତୁକ ମାଡ଼ ମାରି ଚେତାଶୁନ୍ୟ କରିବା ପରେ ୨୦ କିମି ଦୂର ନୂଆନଈରେ ଜୀବନ୍ତ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି। ୧୩ ତାରିଖରେ ପୁରୀ ନୂଆନଈ ନିକଟରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
Popular Categories



