www.samajalive.in
Saturday, December 6, 2025
14.1 C
Bhubaneswar

ପୁରୀ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ବିଜେପି ବିଧାୟକଙ୍କ ଧାରଣା

ପୁରୀ : ପୁରୀ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ବିଜେପି ବିଧାୟକ ଧାରଣା ଦେଇଛନ୍ତି । ଧାରଣାରେ ବସିଛନ୍ତି ୧୩ ଜଣ ବିଧାୟକ  ।  ବିଧାୟକ ଜୟ ନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ଜୟନ୍ତ କୁମାର ଷଡଙ୍ଗୀ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଦିଲୀପ ମଲିକ, ମୁକେଶ ମହାଳିକ, ଭାସ୍କର ମଢେଇ, ନିତ୍ୟାନନ୍ଦ ଗଣ୍ଡ , ସନାତନ ବିଜୁଳି, ମୋହନ ମାଝି, ପ୍ରମୁଖ ଜଗନ୍ନାଥ ତ୍ରହିମାମ୍ ମହାବାହୁ ତ୍ରହିମାମ କହିବା ସହ ଅରୁଣ ସ୍ତମ୍ବ ନିକଟରେ ଧାରଣା ଦେଇଛନ୍ତି ।
ବିଜେପି ବିଧାୟକଙ୍କ ଅଭିଯୋଗ ଅନୁଯାୟୀ ଶିକ୍ଷୟିତ୍ରୀ ମମିତାଙ୍କୁ ନ୍ୟାୟ ମିଳୁ, ବିଧାନସଭାକୁ ଅଧାରୁ ବନ୍ଦ କରାଯିବା ସଂପୂର୍ଣ୍ଣ ବେଆଇନ, ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ସଂପର୍କରେ ବିଧାନସଭାରେ ଆଲୋଚନା ପାଇଁ ସରକାରୀ ଦଳ ସୁଯୋଗ ଦେଲାନହିଁ , ଓଡ଼ିଶାରେ ମହିଳା ମାନେ ସୁରକ୍ଷିତ ନୁହନ୍ତି ଏଭଳି ଅଭିଯୋଗ ସହ ଦାବି ଜଣାଇ ଧାରଣାରେ ବସିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories