www.samajalive.in
Saturday, December 6, 2025
23.1 C
Bhubaneswar

ଚନ୍ଦ୍ରଗ୍ରହଣ : ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି

ପୁରୀ : ଆଜି ଚନ୍ଦ୍ରଗ୍ରହଣ ଓ କୁମାର ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଶେଷ ପରେ ନୀତିକାନ୍ତି ବଢିବ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶହେବା ମାତ୍ରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ହେବ। ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ କରାଯିବ। ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ। ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଆଜି କୁମାର ପୂର୍ଣ୍ଣିମାରେ ଶନିବାର ଆଂଶିକ ଚନ୍ଦ୍ରଗ୍ରହଣ ହେବ। ରାତି ୧ଟା ୪ ମିନିଟ୍‌‌ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୨ ଟା ୨୪ ମିନିଟ୍‌‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହା ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରରୁ ଦୃଶ୍ୟମାନ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପଞ୍ଜିକାର ବିଧି ଅନୁସାରେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌‌ ଆଜି ଅପରାହ୍ଣ ୪ ଟା ୪ ମିନିଟ୍‌‌ ୫୫ ସେକେଣ୍ଡରୁ ରାତି ୨ଟା ୨୪ ମିନିଟ୍‌‌ ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତିକୁ ନିଷେଧ କରାଯାଇଛି। ଏହା ପୂର୍ବରୁ କୁମାର ପୂର୍ଣ୍ଣିମା ଓଷା କରିଥିବା ଝିଅମାନେ ଚଉରାମୂଳେ ପୂଜା କରିବା ଲାଗି ପରାମର୍ଶ ଦିଆଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories